କ୍ରୀଷ୍ଣା ବିକାଶ ଛାତ୍ର ଅଂଶୁମାନ ମହାପାତ୍ର ଓ ଛାତ୍ରୀ ଅନନ୍ୟା ଅଦିତି ସାମନ୍ତରାୟଙ୍କ ଅପୂର୍ବ ସଫଳତା

0

ବରଗଡ଼,7/2(ସଂସ୍କୃତି ମିଡ଼ିଆ )-ବରଗଡ଼ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଂଶୁମାନ ମହାପାତ୍ର ଓ ଛାତ୍ରୀ ଅନନ୍ୟା ଅଦିତି ସାମନ୍ତରାୟ ଗତ ଜାନୁୟାରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଁଦିଲ୍ଲୀର କର୍ତବ୍ୟ ପଥ (ରାଜପଥ) ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ ।

 

ପ୍ରକାଶ ଥାଉକି, ଉକ୍ତ କ୍ୟାଡେଟ୍ କାର୍ଯ୍ୟକ୍ରମରେ ଅଂଶୁମାନ ମହାପାତ୍ର ନିଜର ସର୍ବଶ୍ରେଷ୍ଠ କ୍ୟାଡେଟ୍ ପ୍ରଦର୍ଶନ କରି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କଠାରୁ ମାନପତ୍ର ସହିତ ୫୦୦୦ ଟଙ୍କାର ଚେକ୍‌ ରାଶି ପାଇ ସମ୍ମାନିତ ହୋଇଥିଲେ । ବରଗଡ଼ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଓ ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ତଥା ଶୁଭକାମନା ଜଣାଇଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!