ସର୍ବଭାରତୀୟ ଆର୍ଯ୍ୟଭଟ୍ଟ ଗଣିତ ଚ୍ୟାଲେଞ୍ଜ ପରୀକ୍ଷାରେ କ୍ରୀଷ୍ଣା ବିକାଶ ଛାତ୍ର କ୍ରୀଷ୍ଣା ଅଗ୍ରୱାଲଙ୍କ ସଫଳତା

ବରଗଡ଼,7/2(ସଂସ୍କୃତି ମିଡ଼ିଆ )-କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା କୁମାର ଅଗ୍ରୱାଲ ସର୍ବଭାରତୀୟ ସ୍ତରରେ ଆୟୋଜିତ ହୋଇଥିବା ଆର୍ଯ୍ୟଭଟ୍ଟ ଗଣିତ ଚ୍ୟାଲେଞ୍ଜ୍ ପରୀକ୍ଷାରେ ଦେଶର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରୁ ୪୮ତମ ସ୍ଥାନ ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ମୁଖ୍ୟ ଶ୍ରୀ ଟିକେଶ୍ଵର ପାଢ଼ୀ ଓ ସହଯୋଗୀ ଶିକ୍ଷକମାନଙ୍କ ମାର୍ଗଦର୍ଶନରେ ଏହି ସଫଳତା ମିଳିପାରିଛି। କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ ଓ ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି ।