ସୋହେଲାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

0

ସୋହେଲା, ୭/୨(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ସୋହେଲାରେ ଆଜି ବିଜେଡିର ଜନ ସଂପର୍କ ପଦଯାତ୍ରା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିଲେ। ଆଜି ସୋହେଲା ଏହି କାର୍ଯ୍ୟକ୍ରମ ଯୋଗୁଁ ଲୋକାରଣ୍ୟ ହୋଇଥିଲା । ସ୍ଥାନୀୟ ପଦମପୁର ରାସ୍ତାରେ ଥିବା ଅଗ୍ରସେନ ଭବନରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଥାନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବାଣ ଫୁଟାଇବା ସହିତ ବିଭିନ୍ନ ସାଂସ୍କୃତିକ ଦଳ, ଡିଜେ ବାଦ୍ୟ ଓ ଶଙ୍ଖ ନାଦ ତଥା ବିଭିନ୍ନ ସ୍ଲୋଗାନ ଦେଇ କର୍ମୀମାନେ ହାତରେ ପତାକା ଧରି ଏକ ବିରାଟ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଜିଲ୍ଲାର ନେତାମାନେ ଅତିଥି ଭାବରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ସିଂହ ତାଙ୍କ ସମର୍ଥକମାନଙ୍କ ସହିତ ଦୁର୍ଗା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ମାଙ୍କ ଆଶିର୍ବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ, କାର୍ଯ୍ୟକାରୀ ଜିଲ୍ଲା ସଭାପତି ଜାପାନ ମହାପାତ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦର, ଜୋନ ଯୁବ ସମ୍ପାଦକ ବିଜୟ କାଣ୍ଡ , ଗଣତନ୍ତ୍ର ପ୍ରଧାନ, କାର୍ତ୍ତିକ ବାରିକ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରୋଜି ନାଏକ, ଶ୍ରୀମତୀ ଜାଇଫୁଲ ସିଂ ବରିହା ଓ ଶ୍ରୀମତୀ ମିତା ବିଶି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଧନ ଝାଙ୍କର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ମନ ମାଝୀ,ରାଜେଶ ଅଗ୍ରୱାଲ, ମାର୍କଣ୍ଡ ସା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, କୁଲମଣି ଦୁଆନ, ଦେବେନ୍ଦ୍ର ପାତ୍ର, ନିଲୁ ଝାଙ୍କର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!