ପଟୁଆମହାନରେ ହାତୀ ପଲ: ପଡିଆବାହାଲରେ କଲେଣି ଘର

0

ସମ୍ବଲପୁର:ତା.୧୦/୨ (ସଂସ୍କୃତି ମିଡିଆ)-କେବଳ ପଡିଆବାହାଲ ରେଞ୍ଚ କାହିଁକି ସମଗ୍ର ଯୁଯୋମୁରାରେ ହାତୀ ତା’ର ମଚାଲ ନଚାଇଛି । କିନ୍ତୁ ବନ ବିଭାଗ ନୀରବ । ଜଙ୍ଗଲି ହାତୀ ଘରେ ପଶି ଧାନ ଚାଉଳ ଖାଇ ଘର ଚୁରମାର କରିବା ସହ ଅନେକ ଜୀବନ ନେଲାଣି । ଏପରିକି ଘରକାନ୍ଥ ଭାଙ୍ଗିବା ନେଇ ଶିଶୁଙ୍କ ସହ ଏବେବି ଅନେକ ମେଡିକାଲରେ ଚିକିତ୍ସିତ ହେଉଥିଲେବି ବନ ବିଭାଗର ନିଦ ଭାଙ୍ଗୁନି। ସବୁଦିନ ପରି ଆଜି ମଧ୍ୟ ପଟୁଆମହାଣ କଦଲୀମୁଣ୍ଡା ପ୍ରଭୃତି ଅଞ୍ଚଳରେ ହାତୀପଲ ବହୁ କୃଷିଜାତ ଦ୍ରବ୍ୟ ନଷ୍ଟ କରିଛନ୍ତି ।

ହାତୀଙ୍କ ଦୌରାତ୍ମ୍ଯରେ ଚାଷୀ ମଧ୍ୟ ଚାଷରୁ ମୁହଁ ଫେରାଇ ନେବାକୁ ପରିସ୍ଥିତିରେ ପଡିଲାଣି। କିନ୍ତୁ ବନ ବିଭାଗ ଦୃଷ୍ଟାନ୍ତ ମୂଳକ କୌଣସି ପଦକ୍ଷେପ ନେଉ ନଥବାରୁ ଜନ ଅସନ୍ତୋଷ ତେଜିଲାଣି । ଆଜି ଅଞ୍ଚଳର କଦଳିମୁଣ୍ଡା, ପଟୁଆମହାନ ଠାରେ ହାତୀପଲ ସକାଳୁ ସକାଳୁ ବଲୁଥିଲେ। ରାତିସାରା ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ଏ ସଂକ୍ରାନ୍ତରେ ଅଞ୍ଚଳର ବିଶିଷ୍ଟ ଚାଷୀ ସୁବୋଧ କୁମାର ବେହେରା ଆଜି ସକାଳୁ ପଡିଆବାହାଲ ଫରେଷ୍ଟ୍ ରେଞ୍ଜ୍ ରେ ପହଞ୍ଚି ରେଞ୍ଜରଙ୍କ ସହିତ ହାତୀ ଦୌରାତ୍ମ୍ଯ ନେଇ ଆଲୋଚନା କରିଛନ୍ତି। ହାତୀଙ୍କ ଉପଦ୍ରବ ଅସହ୍ୟ ହେଲାଣି । ନିଲଡୁଙ୍ଗରୀ, ମାଲିମୁଣ୍ଡା, ବାହାମ, କଦଲୀମୁଣ୍ଡା, ବେଲଡୁଙ୍ଗରୀରେ ହାତୀ ଘରକରି ରହିଲେଣି । ଦିନକୁ ଦିନ ଘରଦ୍ୱାର ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଫସଲ ନଷ୍ଟ ହେଉଥିଲେବି ଏହାର କ୍ଷତିପୂରଣ ମିଳୁନି । ଏହି ସବୁ ବିଷୟରେ ଶ୍ରୀ ବେହେରା ଆଲୋଚନା କରି ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ବଜଣାଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!