ମାହେଶ୍ଵରୀ ମହାବିଦ୍ୟାଳୟର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ

ସରଣ୍ଡା ,10/2(ସଂସ୍କୃତି ମିଡ଼ିଆ )-ଶିକ୍ଷାର ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଟାଙ୍ଗରପାଲି ବ୍ଲକ ଅଲେଇକେରା ସରକାରୀ ଏସଏସଡି ହାଇସ୍କୁଲର ଛାତ୍ରୀ ରୋହିଣୀ ଲୋହରାସା।
ହୁର୍ମେଇ ବାସିନ୍ଦା ସନ୍ତୋଷ ଲୋହ ଦାସ ଓ ମୁନୀଙ୍କ କନ୍ୟା ରୋହିଣୀ ମାଟ୍ରିକ ପରୀକ୍ଷାରେ ୫୪୦ ମାର୍କର ରଖ୍ ସ୍କୁଲ ତଥା ନିଜ ବ୍ଲକରେbପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏବେ ସେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରି ଶିକ୍ଷାର ମହତ୍ତ୍ଵକୁ ବଢାଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବର୍ତ୍ତମାନ ସେ ସୁନ୍ଦରଗଡ ଶଙ୍କରା ସ୍ଥିତ ମାହେଶ୍ଵରୀ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ଅପିସିବିଆଇଟି ରଖ୍ ଅଧ୍ୟୟନ କରୁଛନ୍ତି। ଭବିଷ୍ୟତ ରେଫରୀ ସେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଲକ୍ଷ୍ୟ ରଖୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ସମସ୍ତ ଅଧ୍ୟାପିକା ଅଧ୍ୟାପକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ଅନ୍ୟ ପଟେ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଫକୀର କର୍ଣ୍ଣ ଓ ଡାଇରେକ୍ଟର ସନ୍ତୋଷିନୀ କର୍ଣ୍ଣ କୃତୀଛାତ୍ରୀ ରୋହିଣୀ ଲୋହରାସାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜଲ ଭବିଷ୍ୟତ କାମନା କରିଛନ୍ତି l