ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଗୋଡଭଗା:୧୨/୦୨(ସଂସ୍କୃତି ମିଡିଆ)-ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ମୁକ୍ତା ଯୋଜନା ସଂଯୋଜକ ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ମୁକ୍ତା ଯୋଜନାରର କାର୍ଯ୍ୟକାରିତା ବିଷୟରେ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟାମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁକ୍ତା ଯୋଜନା ଅଧୀନରେ କାମକରିଥିବା ଓ କାମ କରିବା ପାଇଁ କାର୍ଯ୍ୟାଦେଶ ପାଇଥିବା ୧୧ ଗୋଟି ଗୋଷ୍ଠୀରୁ ୩ଜଣ କରି ୩୩ ଜଣ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବୃଆରୀ ମାସ ୨୯ ତାରିଖରେ ଶେଷ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ସର୍ବ ମୋଟ ୧୦୫ଟି ଗ୍ରୁପରୁ ୩୧୫ ଜଣ ସଭ୍ୟା ତାଲିମ ପାଇବେ। ଏହି ତାଲିମକୁ ଏନଏସି ଅଧୀନରେ ଥିବା ୫ଟି ମିଶନ ଶକ୍ତି ଗ୍ରୁପରୁ ୫ଜଣ ସକ୍ରିୟ କର୍ମୀମାନଙ୍କୁ ମାଷ୍ଟର ଟ୍ରେନର ଭାବରେ ତାଲିମ ଦିଆଯାଇ ସେମାନଙ୍କୁ ତାଲିମ ଦାତ୍ରୀ ଭାବରେ ନିୟୋଜିତ କରାଯାଇଛି । ଏହି ତାଲିମ ଦ୍ୱାରା ମୁକ୍ତା ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ଦାୟିତ୍ୱରେ ଥିବା ମୁକ୍ତା ଯୋଜନାର ପରିଚାଳକ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି ।