ବରପାଲିରେ ସାମୁହିକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ

ଗୋଡଭଗା:ତା:୧୨-୦୨ (ସଂସ୍କୃତି ମିଡିଆ)-ବରଗଡ ଜିଲ୍ଲା ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ବ୍ରତ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରପାଲି ନୃସିଂହ ମନ୍ଦିରରେ ବ୍ଲକ ସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଣ୍ଡିତ ହେମନ୍ତ ମିଶ୍ରଙ୍କ ଗାୟତ୍ରୀ ମନ୍ତ୍ରପାଠ ପରେ ସ୍ବର୍ଗତ ପୂର୍ଣ୍ଣାନନ୍ଦ ମିଶ୍ରଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ମାର୍ଚ୍ଚ ମାସ ୨୦ ତାରିଖରେ ଚାରିକର୍ମ ଓ ୨୧ ତାରିଖ ଦିନ ବ୍ରତ କରାଯିବା ସହିତ ଚଳିତ ବର୍ଷ ସାତ ଜଣ ବଟୁଙ୍କୁ ବ୍ରତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁ ବ୍ରାହ୍ମଣମାନେ ଏହି ସାମୁହିକ ବ୍ରତରେ ନିଜ ପୁତ୍ର ସନ୍ତାନଙ୍କୁ ବ୍ରତ କରାଇବା ପାଇଁ ଇଛୁକ ସେମାନେ ଚଳିତ ମାସ ୨୯ ତାରିଖ ସୁଦ୍ଧା ସମ୍ପାଦକ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ଜରିଆରେ ଆବେଦନ କରିବା ପାଇଁ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏହି ବ୍ରତ ପାଇଁ ପଣ୍ଡିତ ସଦାନନ୍ଦ ଦାଶଙ୍କୁ ଆବାହକ କରାଯାଇଛି। ଏହି ବୈଠକରେ ମେଘନାଦ ମିଶ୍ର, ଧର୍ମରାଜ ତ୍ରିପାଠୀ, ନୀରଦ କର, ଦାମୋଦର ପଣ୍ଡା, ଆନନ୍ଦ ପ୍ରସାଦ ଦାଶ,ଜୟନ୍ତ ତ୍ରିପାଠୀ, ଯୋଗେଶ ଦାଶ, ଅରୁଣ କୁମାର ପଣ୍ଡା, ରମାକାନ୍ତ ତ୍ରିପାଠୀ, ରୀଙ୍କୁ ଦାଶ, ରମେଶ ଚନ୍ଦ୍ର କର, ମାନ ଭଞ୍ଜନ ଦାଶ, ବିନୋଦ ସୁଶାରୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ ।ଶେଷରେ ସଦାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।