ପାଇକମାଳରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ : ଜିଲ୍ଲାପାଳଙ୍କ ଅନୁପସ୍ଥିତ ନେଇ କ୍ଷୋଭ ପ୍ରକାଶ

ପାଇକମାଳ, 12/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ହୋଇଥିଲା ଜନ ଶୁଣାଣୀ। ଜନସାଧାରଣ ଆସିଥିଲେ ଗୁହାରୀ କରି ନିଜ ସମସ୍ୟା ଜଣାଇବେ। କିନ୍ତୁ ମଉଳି ଯାଇଥିଲା ତାଙ୍କ ମନ। ତାଥାବି ଦାୟିତ୍ୱରେ ଆସିଥିବା ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଯୋଗ କରି ଦାଖଲ କରିଥିଲେ ନିଜ ନିଜ ଆବେଦନ। ଏହା ସତ୍ୱେ ତାଙ୍କ ଅଭିଯୋଗ ର ସମାଧାନ ହୋଇ ପାରିବ ଏନେଇ ଜନସାଧରଣଙ୍କ ମଧ୍ୟରେ ଉଙ୍କି ମାରିଥିଲା ପ୍ରଶ୍ନ l ଆଜି ମୋଟ ପ୍ରାୟ 135 ଟି ଲିଖିତ ଆସିଥିଲା ଅଭିଯୋଗ। ଆବାସ ଯୋଜନାରେ ଗୃହ ଯୋଗାଇବା,ରେସନ୍ କାର୍ଡ ନୂତନ ସଦସ୍ୟ ଙ୍କୁ ସାମିଲ କରି ଚାଉଳ ଯୋଗାଇବା,ରାସ୍ତା ଘାଟ,ଶିକ୍ଷା ସ୍ବାସ୍ଥ୍ୟ, ବିଦ୍ୟୁତ୍ ଆଦି ସମସ୍ୟା ନେଇ ହୋଇଥିଲା ଅଭିଯୋଗ। ଆହୁରି ମଧ୍ୟ ଆଜି ଅଭିଯୋଗ ଶୁଣାଣୀ ରେ ନିର୍ବାଚିତ ଜନ ପ୍ରତିନିଧି ସରପଞ୍ଚ, ସମିରିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନେ ମଧ୍ୟ ଵିଭନ୍ନ ସମସ୍ୟା ନେଇ ଲିଖିତ କରିଥିଲେ ଅଭିଯୋଗ।ଏପରି କି ପାଇକମାଳ ବ୍ଲକରେ ପଞ୍ଚାୟତ ସମିତି ବୈଠକ ହେଉ ନ ଥିବା ନେଇ କରିଥିଲେ ଅଭିଯୋଗ। ଦେଖିବାକୁ ବାକି ରହିଛି ଏଠାରେ ହେଉଥିବା ଅଭିଯୋଗ ଶୁଣାଣୀ ରେ କେତେ ସଫଳ କେତେ ବିଫଳ।
(ପାଇକମାଳ ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ )