ସମ୍ବଲପୁର,୧୨/୦୨ (ସଂସ୍କୃତି ମିଡିଆ)-ସମ୍ବଲପୁର ଜିଲ୍ଲା ରେଡ଼କ୍ରସ ସୋସାଇଟିର ନୂତନ ପୁଷ୍ଠପୋଷକ ସଭ୍ୟ ଶ୍ରୀଯୁକ୍ତ ମେଘନାଦ ପଧାନ (ଲୁଲୁ ) ହୋଇଛନ୍ତି। ଏନେଇ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ନିଜେ ତାଙ୍କୁ ରେଡକ୍ରସ ପୁଷ୍ଟପୋଷକ ସଭ୍ୟର ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ରେଡକ୍ରସ ସୋସାଇଟିର ସମ୍ପାଦକ ଜୟ ଜର୍ଜ, ରେଡକ୍ରସର ପୁଷ୍ଠପୋଷକ ତଥା ସମାଜସେବୀ ନିହାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!