ଯୁବ ସାମାଜିକ କର୍ମୀ ଖଇରପାଲି ନିବାସୀ ବୁଲୁଙ୍କ ଅକାଳ ବିୟୋଗ

0

ସରଣ୍ଡା,17/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଖଇରପାଲି ଗ୍ରାମର ଯୁବ ସମାଜସେବୀ ତଥା ଶିକ୍ଷାବିତ, ପ୍ରଦୀପ କର୍ମୀ ଓରଫ ବୁଲୁଙ୍କ 45 ବର୍ଷ ବୟସରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅକାଳ ବିୟୋଗ ହୋଇଯାଇଛି l ସ୍ବର୍ଗତ ବୁଲୁ ରୋଗାକ୍ରାନ୍ତ ହୋଇ ବିଶାଖାପାଟଣାମ୍ ସ୍ଥିତ ମେଡ଼ି କଭର ହସ୍ପିଟାଲରେ ଗତ 2023 ମସିହା ଡିସେମ୍ବର 25 ତାରିଖରୁ ଚିକିତ୍ସାଧୀନ ଥିଲେ l କିଛି ଦିନ ଅବସ୍ଥା ସ୍ଥିର ଥିବା ବେଳେ ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିଲା l ତେବେ ଗତ କାଲି ଶୁକ୍ରବାର ହସ୍ପିଟାଲ ରୁ ଡ଼ିସଚାର୍ଜ ହୋଇ ରାତ୍ରିରେ ଘରକୁ ଫେରିଥିଲେ l କିନ୍ତୁ ବିଳମ୍ବିତ ରାତ୍ରିରେ ତାଙ୍କ ଖଇରପାଲି ସ୍ଥିତ ବାସଭାବନରେ ପ୍ରାଣବାୟୁ ଉଡିଯାଇଥିଲା l

ସ୍ବର୍ଗତ ବୁଲୁ ଜଣେ ଶିକ୍ଷା ପ୍ରେମୀ, ମେଳାପୀ, ଧର୍ଯ୍ୟବାନ ଯୁବକ ଥିଲେ l ସ୍ଥାନୀୟ ଲରାସରା ଉଚ୍ଚ ବିଦ୍ୟାଳୟ ଓ ନୁଆଁ ଖଇରପାଲି ସ୍ଥିତ କୋଶଳ ସ୍କୁଲର ପରିଚାଳନା କମିଟି ସଦସ୍ୟ ଥିଲେ l ଗତ ଦୁଇ ବର୍ଷ ତଳେ ସ୍ବର୍ଗତ ବୁଲୁଙ୍କ ବାପା ତଥା ତତ୍କାଳୀନ ଜନତା ଦଳର ପୂର୍ବତନ ଅତାବିରା ବ୍ଲକ ଚେୟାରମ୍ୟାନ ସ୍ବର୍ଗତ ଗୁଣମଣି କର୍ମୀଙ୍କ ପରଲୋକ ହୋଇଥିଲା l ବାପାଙ୍କ ପରଲୋକ ପରେ ସ୍ୱର୍ଗତ ବୁଲୁ ନିଜେ ବିଜୁ ଜନତା ଦଳରେ ସକ୍ରିୟା କର୍ମୀ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କ ମୃତ୍ୟୁଶଯ୍ୟାରେ ତାଙ୍କ ମାଁ ଉଷାବତୀ, ବିଧବା ପତ୍ନୀ ପଙ୍କଜିନୀ, ଭଣଜା ନମନ କର୍ଣ୍ଣ, ବଡ଼ ନାନୀ ମମତା, ସଂକୁନ୍ତଳା ପରିବାର ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ଖବର ପାଇ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଭାଜପା ନେତା ମଧୁସୂଦନ ଶର୍ମା, ପୁଷ୍ପକ ଗାଈଗାରିଆ, ଜିଲ୍ଲାପରିଷଦ ସଭ୍ୟ ରଣଜିତ ସାହୁ, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ ର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଲରାସରା ସରପଞ୍ଚ କୀର୍ତନ ସେଟ, ସମିତି ସଭ୍ୟ ମନୋରମା ଦେହେରି, ନାଏକ ସରପଞ୍ଚ ରୀନା ବାରିକ, ଲରାସରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନବୋଧ ମାଝୀ, ପରିଚାଳନା କମିଟି ସଭାପତି ଦୀନେଶ ଗାଈଗାରିଆ, ଖଇରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେର, କୋଶଳ ସ୍କୁଲର ନିର୍ଦ୍ଦେଶିକା ନଳିନୀ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ମଧୁ ପଟ୍ଟନାୟକ, ଅଧ୍ୟକ୍ଷ ରବିନ୍ଦ୍ର ନାଥ ବେହେରା, ଉପାଧ୍ୟକ୍ଷl ଜୋତ୍ସ୍ନା ରାଉତରାୟ ପହଞ୍ଚି ସ୍ବର୍ଗତ ବୁଲୁଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ନିକଟସ୍ଥ ଝାଉଁଜୋର ନଦୀ ଘାଟରେ ଶବ ସଂସ୍କାର କରାଯାଇଥିଲା l ସ୍ବର୍ଗତ ବୁଲୁଙ୍କ ଭଣଜା ନମନ କର୍ଣ୍ଣ ମୁଖାଗ୍ନୀ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!