ରକ୍ସା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ

ବରପାଲି,୧୭/୨(ସଂସ୍କୃତି ମିଡିଆ)-ବରଗଡ ଜିଲ୍ଲା ବରପାଲି ବ୍ଲକ ରକ୍ସା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ୱେଲଫାର୍ ଅଫିସର ଇପସିତା ନନ୍ଦ, ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ପୂର୍ବତନ ପ୍ରଧାନ ଶିକ୍ଷକ ଡ ବିବେକା ନନ୍ଦ ପଧାନ,ସ ମାଜସେବୀ ଶଶଧର ସାହୁ, ମୁଖ୍ୟବକ୍ତା ଭାବରେ ଡିଆଇ ପ୍ରସନ୍ନ କୁମାର ମିଶ୍ରଙ୍କ ସମେତ ସରପଞ୍ଚ ନିଳୀମା ରାଉତ ପ୍ରମୁଖ ଉପସ୍ଥିତ ରହି ଆଜିର ଦିନରେ ଜଣେ ଛାତ୍ର କିମ୍ବା ଛାତ୍ରୀ ହୋଇ ନିଜେ ନିଜର ପରିଚୟ ସୃଷ୍ଟି କରିବା ସହିତ ସମାଜରେ ଜଣେ ଭଲ ମଣିଷର ପରିଚୟ ତିଆରି କରିବା ଦରକାର ବୋଲି କହିଥିଲେ। ଛାତ୍ରଛାତ୍ରୀମାନେ ପାଠପଢା ସହିତ ଖେଳକୁଦରେ ମଧ୍ୟ ପାରଦର୍ଶିତା ରହିବା ଦରକାର ଯୋଉଟା କି ଆଜି ଏହି ସ୍କୁଲର ଦୁଇ ଜଣ ଛାତ୍ର ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିଥିବା ପୋଲିସ ବିଭାଗର ସୁନୀଲ ପୁଟା, ସ୍ଥଳ ସେନା ସୁନିଲ ବଗର୍ତ୍ତି, ସମାଜସେବୀ ଶଶଧର ସାହୁଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୀବରଣୀ ପାଠ କରିଥିବା ବେଳେ ଦୀପକ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ପରୁହାଁ ପୁଅ’ ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।