ବ୍ଲକସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ 

0

ଭଟଲି,17/2(ସଂସ୍କୃତି ମିଡ଼ିଆ )-ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ନୂଆଁଗଡ ଠାରେ ବ୍ଲକସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଭଟଲି ବିଇଓ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ କ୍ରୀଡା ସଂପାଦକ ମନସୀ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ଏବିଇଓ ଜାରା ବାରିକ, ପ୍ରଧାନଶିକ୍ଷକ ପରଦେଶୀ ବୁଧିଆ ଦେବାନନ୍ଦ ବିଶି,କୃଷ୍ଣ କେଦାର ସାହୁ,ଅଶୋକ କୁମାର ଡନସନା,ଜୀବର୍ଦ୍ଧନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ଯବକ୍ତା ଭାବେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଜ୍ଯୋତିର୍ମୟୀ ପ୍ରଧାନ ଯୋଗଦାନ କରି ନାରୀ ଶିକ୍ଷା,ନାରୀ ପ୍ରଗତିରେ ଦେଶର ପ୍ରଗତି ଓ ସମସ୍ତ ନାରୀ ଶିକ୍ଷିତା ହୋଇ ଦେଶ ଗଠନରେ ମୂଖ୍ଯ ଭୂମିକା ଗ୍ରହଣ କରିବାକୁ ଆହ୍ବାନ କରିଥିଲେ। ଏଥିରେ ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀମାନଙ୍କୁ ମାନପତ୍ର ଓ ଏକହଜାର ଟଙ୍କାର ଏକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ପ୍ରଥମେ ଭଟଲି ବ୍ଳକର ଚାରୋଟି ସବ୍-ବ୍ଳକ ସୁକୁଡା,ଉର୍ଦ୍ଦୁନା,ତେଜାଗୋଲା ଓ ନୂଆଁଗଡର ବାଳିକା ମାନଙ୍କ ମଧ୍ଯରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା। ଫାଇନାଲ ମ୍ଯାଚରେ ସୁକୂଡା ସବ-ବ୍ଳକ ଦଳ ଟ୍ରାଇବ୍ରେକର ଜରିଆରେ ଉର୍ଦ୍ଦୁନାକୁ ହରାଇ ଚାମ୍ପିୟନ ହୋଇଥିଲେ। ସମସ୍ତ ଖେଳାଳିଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା।ଖେଳ ପରିଚାଳନା କରିଥିଲେ ପ୍ରମୋଦ ମାଝୀ ପ୍ରଦୀପ ସାହୁ,ନାରାୟଣ ପାତ୍ର,ସୁଦୀପ କୁମାର ବାଗ,ଗର୍ଜନ ସା । ବ୍ଲକର କ୍ରୀଡା ଶିକ୍ଷକ ଛେଲିଆ ସାହୁ,ସୁଧାଂଶୁ ଶେଖର ମିଶ୍ର,ଶ୍ରୀବାସ ସାହୁ,ଅମୂଲ୍ଯ ସେଠୀ,ପ୍ରମୋଦ ପଟେଲ, ଲୋକରାମ ପ୍ରଧାନ,ଦେବାର୍ଚନ ଭୋଇ,ଅଶୋକ ପଟେଲ,ବେଣୁଧର ଡନସନା, ଶିକ୍ଷୟିତ୍ରୀ ଦେବଦତ୍ତା ପାତ୍ରଙ୍କ ସମେତ ପ୍ରଦୀପ ସାହୁ, ଉପେନ୍ଦ୍ର ଖମାରୀ,ସଞ୍ଜୀବ ନାଏକ ସିଆରସିସି ସୁଦାମ ସାହୁ,ଲୋକନାଥ ମେହେର, ସଞ୍ଜୟ ସାହୁ,ଆନନ୍ଦ ସାହୁ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଶେଷରେ କୃଷ୍ଣ କେଦାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!