ବିଦ୍ୟୁତ ଅଫିସ ସମ୍ମୁଖରେ ଶବ ରଖି ଧାରଣାରେ ବସିଲେ ମୃତକଙ୍କ ସମ୍ପର୍କୀୟ

ପାଇକମାଳ,18/2-(ସଂସ୍କୃତି ମିଡ଼ିଆ )- ବରଗଡ ଜିଲା ପାଇକମାଳ ଟାଟା ପାୱାର ଅଫିସ ସମ୍ମୁଖରେ କୁଦଣ୍ଡ ଙ୍କ ଶବ ରଖି ଶନିବାର ତାଙ୍କର ସମ୍ପର୍କୀୟ ମାନେ 50 ଲକ୍ଷ ଟଙ୍କା ନ ଦେଲେ ଶବ ଉଠିବ ନାହି ବୋଲି ଧାରଣା ରେ ବସି ରହି ଥିଲେ | ଖବର ପାଇ ପାଇକମାଳ ଥାନା ଆଇ ଆଇ ସି ଘଟଣା ସ୍ଥଳ କୁ ଆସି ଥିବା ବେଳେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ପାଇକମାଳ ନାଗରିକ କମିଟି ର ସଭାପତି ମନୋଜ ତ୍ରିବେଦୀ, ସରୋଜ ସାମଲ, ଏସ ଡି ଓ ମନରଞ୍ଜନ ନାୟକ, ବିଭିନ୍ନ ବିଦ୍ୟୁତ ବିଭିନ୍ନ କର୍ମଚାରୀ ସଂଘ ର ବିଶ୍ୱନାଥ ସାହୁ, ପ୍ରତୁର ମାହାନା, ପୁର୍ନେନ୍ଦୁ ସାହୁ, ସଶାଙ୍କ ସାହୁ, ଚନ୍ଦ୍ରକାନ୍ତ ପାଣ୍ଡେ, ଭରତ ଭୋଇ, ମଣ୍ଟୁ ବେହେରା, ଚଉବର୍ଗ ସାହୁ, ସିଦ୍ଧେଶ୍ବର ସାହୁ, ପ୍ରମୁଖ ଙ୍କ ସହ ଏଚ ଏସ ପାୱାର ମୁଖ୍ୟ ସ୍ମୁତି ରଞ୍ଜନ ଜେନା ପ୍ରମୁଖ ଧାରଣା ରତ ମୃତକ ଙ୍କ ସମ୍ପର୍କୀୟ କୁ ବୁଝାଇବା ସହ ଶାନ୍ତନା ଦେଇ ଥିଲେ | ଶେଷରେ ଗୋଟିଏ ଷ୍ଟାମ୍ପ ପେପର ରେ ମୃତକ ଙ୍କ ପତ୍ନୀ ଙ୍କୁ ପେନସନ,କ୍ଷତିପୂରଣ ବାବଦ କୁ 21 ଲକ୍ଷ ଟଙ୍କା ଓ ପରିବାରର ଜଣକୁ ଚାକିରୀ ଦେବା ପାଇ ଏଚ ଏସ ପାୱାର କମ୍ପାନୀ ର ମୁଖ୍ୟ ସ୍ମୁତି ରଞ୍ଜନ ଜେନା ରାଜିହୋଇ ଲେଖି ଦେବା ପରେ ଓ ଅନ୍ତେଷ୍ଟି କ୍ରିୟା ପାଇଁ 40 ହଜାର ଟଙ୍କା ଦେବାକୁ ରାଜି ହେବାରୁ ଧାରଣା ରୁ ସମ୍ପର୍କୀୟ ମାନେ ଉଠି ଥିଲେ |ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନ 2ଟା 30 ମିନିଟ ରେ କୁଦଣ୍ଡ ମଲ୍ଲିକ ବିଦ୍ୟୁତ ଖୁଣ୍ଟ ରେ ଚଢ଼ି ଘରୋଇ ଲାଇନ ଯୋଡୁ ଥିବା ସମୟ ରେ ଶିଢ଼ି ରୁ ପଡି ମୃତ୍ୟୁ ବରଣ କରି ଥିଲେ | ମୃତ କୁଦଣ୍ଡ ଙ୍କ ଶେଷ କୃତ୍ୟ ସମ୍ପର୍ଣ ଚେରଙ୍ଗାଝାଞ୍ଜ ଗ୍ରାମରେ ହୋଇ ଯାଇଛି |ଏଥିରେ ବିଭାଗୀୟ କର୍ମଚାରୀ ମଧ୍ୟ୍ୟ ଯୋଗ ଦେଇ ଥିଲେ |
(ପାଇକମାଲରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ)