ଭିଏସଏସ ନଗର ସର୍ଟ ବାଉଣ୍ଡ୍ରି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

0

ଅତାବିରା,18/2(ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅତାବିରା ଏନଏସି ୱାର୍ଡ ନମ୍ବର ଦୁଇ ଭିଏସଏସ ନଗରଠାରେ ଦୁଇଦିନ ଧରି ଚାଲିଥିବା ଷଷ୍ଠ ତମ ସର୍ଟ ବାଉଣ୍ଡ୍ରି କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନ ହୋଇଯାଇଛି | ଏଥିରେ ଫାଇନାଲ ମ୍ୟାଚ ଷ୍ଟେପଅପ ସମ୍ବଲପୁର ଓ ଏଆରଏସ ଅତାବିରା ସହିତ ହୋଇଥିବାବେଳେ ସମ୍ବଲପୁର ଦଳ ଏହି ଟୁର୍ନାମେଣ୍ଟରେ ଚମ୍ପିୟାନ ହୋଇଛନ୍ତି | ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଟ୍ରଫି ଓ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଛି | ଦୁଇଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟର ଆୟୋଜକ ଭିଏସଏସ ନଗର କ୍ରିକେଟ ଏସୋସିଏସନ ସହ ଅଭିନାଶ ବାରିକ, ବିକାଶ ବାରିକ, ରାମ, ସନ୍ଦୀପ,ଧୀରଜ ନାଏକ, ଶିବାନନ୍ଦ ତ୍ରିପାଠୀ,ବିସ୍ମୟ ନାଏକ, ସମୟ ନାଏକ,ଲକ୍ଷ୍ମୀକାନ୍ତ ସାହୁ, ମାନସ,ଅକ୍ଷୟ ମହାରଣା ଙ୍କ ସହିତ ସେଠାକାର ସମସ୍ତ କ୍ରିକେଟ ପ୍ରେମୀ ଉକ୍ତ ଟୁର୍ନାମେଣ୍ଟ କୁ ସଫଳ କରିବାରେ ସହଯୋଗ କରିଛନ୍ତି ତାଙ୍କ ସହିତ ଉକ୍ତ ଟୁର୍ନାମେଣ୍ଟରେ ସହଯୋଗ କରିଥିବା ଅଂଚଳର ବିଭିନ୍ନ ସ୍ପନସର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଆୟୋଜକ କମିଟିର ସଦସ୍ୟମାନେ |


Leave a Reply

Your email address will not be published. Required fields are marked *

error: Content is protected !!