ଆଇଆଇଟି-ଜେଇଇ(ମେନ୍) ୨୦୨୪ ସେଲ୍-୧ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶର ସଫଳତା

ଆଇଆଇଟି-ଜେଇଇ(ମେନ୍) ୨୦୨୪ ସେଲ୍-୧ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶର ସଫଳତା
ବରଗଡ଼ର ୨୩ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟ୍ରାଇଲ୍ ଉର୍ଦ୍ଧ୍ବରେ ଓ ୯୨ ଜଣ ଛାତ୍ରଛାତ୍ରୀ ସଫଳ
ଅରିନ୍ ଏବଂ ସତ୍ୟମ୍ ସାଇ ୧୦୦ ପର୍ସେଣ୍ଟ୍ରାଇଲ୍ ସହ ସଫଳତାର ଶୀର୍ଷରେ
ବରଗଡ଼,୧୯/୨ (ସଂସ୍କୃତି ମିଡ଼ିଆ )-ଚଳିତବର୍ଷର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍) ସେଲ୍-୧ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । କ୍ରୀଷ୍ଣା ବିକାଶ ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ରାଜ୍ୟରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କ୍ରୀଷ୍ଣା ବିକାଶ, ବରଗଡ଼ର ୬ଜଣ ଛାତ୍ରଛାତ୍ରୀ ୯୮ ପର୍ସେଣ୍ଟାଇଲ୍ ରୁ ଉର୍ଦ୍ଧ, ୧୪ଜଣ ୯୭ ପର୍ସେଣ୍ଟାଇଲ୍ରୁ ଉର୍ଦ୍ଧ୍ବ, ୨୩ଜଣ ୯୫ ପର୍ସେଣ୍ଟାଇଲ୍ରୁ ଉର୍ଦ୍ଧ୍ବ ଏବଂ ୯୨ ଛାତ୍ରଛାତ୍ରୀ ୨୦୨୩ ଜେଇଇର ନିର୍ଦ୍ଧାରିତ କଟଅଫ୍ ପର୍ସେଣ୍ଟାଇଲ୍ ରୁ ଉର୍ଦ୍ଧ୍ବ ମାର୍କ ରଖୁ ୨୦୨୪ ପରୀକ୍ଷା ଫଳାଫଳରେ ଶ୍ରେଷ୍ଠ କୃତୀତ୍ଵ ହାସଲ କରିବେ ବୋଲି ପ୍ରକାଶ କରିଛନ୍ତି । କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି ପରୀକ୍ଷା ଫଳାଫଳ ବିଷୟରେ ସବିଶେଷ ବିବରଣୀ ଦେଇ କହିଛନ୍ତି ଯେ, ପ୍ରତୀକ ୯୮.୮୪ ପର୍ସେଣ୍ଟାଇଲ୍, ପ୍ରିୟଙ୍କ ୯୮.୮୩ ପର୍ସେଣ୍ଟାଇଲ୍, ଅରିନ୍ ୯୮.୫୧ ପର୍ସେଣ୍ଟାଇଲ, ବିପ୍ରାଂଶୁ ୯୮.୩୫ ପର୍ସେଣ୍ଟାଇଲ୍, ମନୀଷା ୯୮.୧୨ ପର୍ସେଣ୍ଟାଇଲ୍, ଖୁସି ୯୮.୧୧ ପର୍ସେଣ୍ଟାଇଲ, ସୌମ୍ୟା ୯୭.୯୪ ପର୍ସେଣ୍ଟାଇଲ୍, ଶୁଭାଶିଷ ୯୭.୯୨ପର୍ସେଣ୍ଟାଇଲ୍, ସତ୍ୟମ ସାଇ ୯୭.୯୧ ପର୍ସେଣ୍ଟାଇଲ୍, ରିତେଶ ୯୭.୭୩ ପର୍ସେଣ୍ଟାଇଲ୍,ଅରମାନ୍ ୯୭.୨୩ ପର୍ସେଣ୍ଟ୍ରାଇଲ, ପ୍ରିତିଦେବ ୯୭. ୨୦ ପର୍ସେଣ୍ଟାଇଲ, ପୋଲସ୍ତ୍ୟ ୯୭.୧୧ ପର୍ସେଣ୍ଟାଇଲ୍, ମଧୁସୁଦନ ୯୭.୦୯ ପର୍ସେଣ୍ଟାଇଲ୍ ସହ ତାଲିକାର ଶ୍ରେଷ୍ଠରେ ରହିଛନ୍ତି । ପଦାର୍ଥ ବିଜ୍ଞାନ ରେ ଅରିନ୍ ୧୦୦ପର୍ସେଣ୍ଟ୍ରାଇଲ୍, ଖୁସି ୯୯.୮୯ ପର୍ସେଣ୍ଟାଇଲ୍, ସୌମ୍ୟା ୯୯.୬୯ ପର୍ସେଣ୍ଟାଇଲ୍, ପୋଲସ୍ତ୍ୟ ୯୯.୪୫ ପର୍ସେଣ୍ଟାଇଲ୍, ଅର୍ମାନ୍ ୯୯.୩୭ ପର୍ସେଣ୍ଟାଇଲ୍, ପ୍ରତୀକ ୯୯.୩୩ ପର୍ସେଣ୍ଟାଇଲ, ପ୍ରିୟଦର୍ଶନ ୯୯.୨୧ ପର୍ସେଣ୍ଟାଇଲ୍ ରଖ୍ ସଫଳ ହୋଇଥିବାବେଳେ ରସାୟନ ବିଜ୍ଞାନ ରେ ସତ୍ୟମ ସାଇ ୧୦୦ ପର୍ସେଣ୍ଟାଇଲ, ଅରିନ୍ ୯୯.୯୪ ପର୍ସେଣ୍ଟାଇଲ୍, ଓଜସ୍ୱୀ ୯୯.୮୨ ପର୍ସେଣ୍ଟାଇଲ, ବିପ୍ରାଂଶୁ ୯୯.୮୨ ପର୍ସେଣ୍ଟାଇଲ୍, ହର୍ଷିତା ୯୯.୫୯ ପର୍ସେଣ୍ଟାଇଲ, ମନୀଷା ୯୯.୪୮ପର୍ସେଣ୍ଟାଇଲ, ଚିନ୍ମୟାନନ୍ଦ ୯୯.୪୭ପର୍ସେଣ୍ଟାଇଲ୍, ପ୍ରତୀକ ୯୯.୪୧ ପର୍ସେଣ୍ଟାଇଲ, ଶୁଭାଶିଷ ୯୯.୩୭ ପର୍ସେଣ୍ଟାଇଲ୍ ଏବଂ ଅର୍ମାନ୍ ୯୯.୩୭ ପର୍ସେଣ୍ଟାଇଲ୍ ରଖୁଛନ୍ତି । ଜେଇଇ ମେନ୍ ସେଲ୍-୧ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ସଫଳତା ପାଇଁ କ୍ରୀଷ୍ଣା ବିକାଶ ଗୁପ୍ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ବିକାଶରେ ଚାଲିଥିବା ସେଣ୍ଟ୍ରାଲାଇଜ୍ଡ୍ ଏଣ୍ଟ୍ରାନ୍ସ୍ ଏକାଡେମୀର ପାଠ୍ୟ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ (ସିନିୟର୍ ସେକେଣ୍ଡାରୀ) ଶ୍ରୀ ଚିତରଞ୍ଜନ ପତି, ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେଇଛନ୍ତି ଓ ଆଗାମୀ ଦିନରେ ହେବାକୁ ଜେଇଇ ମେନ୍ ସେଲ୍-୨, ଆଇଆଇଟି ଜେଇଇ ଏଡ୍ଭାନୁଡ୍, ଏନ୍ଟିଏ-ନିଟ୍ (ମେଡିକାଲ୍), ସିୟୁଇଟି, ସିଏ, କ୍ଲାଡ୍, ଏନ୍ଡିଏ ଏବଂ ବୋର୍ଡ ପରୀକ୍ଷାମାନଙ୍କରେ କ୍ରୀଷ୍ଣା ବିକାଶ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ସହ ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଆଶା ପୋଷଣ କରିଛନ୍ତି । କ୍ରୀଷ୍ଣା ବିକାଶ ଗ୍ରୁପ୍ର ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତ ସଫଳ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
(ପ୍ରସ୍ତୁତି :-ଯୁଧିଷ୍ଠିର ମହାପାତ୍ର, ସମ୍ପାଦକ, ‘ସଂସ୍କୃତି ମିଡ଼ିଆ’ )