ସରଣ୍ଡା ମହା ଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ, ସୋମବାର ଶୁଭସ୍ତମ୍ଭ ସ୍ଥାପନ

ସରଣ୍ଡା,27/2(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରଶିଦ୍ଧ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠରେ ମହା ଶିବରାତ୍ରି ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ବିନୋଦ ମେହେର, କୋଷଧ୍ୟକ ପ୍ରମୋଦ ମହାପାତ୍ର, ସଂଯୋଜକ ମନୋଜ ମହାପାତ୍ର, ଯୁଧିଷ୍ଠିର ମହାପାତ୍ର, ରତ୍ନାକର ମହାପାତ୍ର, ମୁକ୍ତେଶ୍ଵର ମହାପାତ୍ର, ଲବ ମହାପାତ୍ର, ରବିନ ଗଡତିଆ, ଶ୍ୟାମ ସୁନ୍ଦର ପଧାନ, ମଧୁସୂଦନ ମହାପାତ୍ର, ଅବଧୁତ ମହାପାତ୍ର, ଅଗ୍ନି ମହାପାତ୍ର, ତରଣୀ ମହାପାତ୍ର, ସୁଦାମ ମହାପାତ୍ର, ଟିକୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜ ପ୍ରସ୍ତାବ ଦେଇଥିଲେ l ଆସନ୍ତା ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମହା ଶିବରାତ୍ରି ପାଇଁ ମାର୍ଚ୍ଚ 4 ତାରିଖ ସୋମବାର ଦିନ ଶୁଭସ୍ତମ୍ଭ ସ୍ଥାପନ କରିବାକୁ ସ୍ଥିର କରାଯାଇଛି l ଶିବରାତ୍ରି ଦିନ ପାହାନ୍ତିଆ 3ଟାରେ ମନ୍ଦିର ଦ୍ୱାର ଖୋଲାଯାଇଛି ପୂଜକ ପ୍ରଥମେ ବାବା ବିଶ୍ୱେଶ୍ୱରଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇ ବିଧିମୁତାବକ ପୂଜାର୍ଚନା କରିବେ l ପରେ ଭକ୍ତଙ୍କ ପାଇଁ ଦର୍ଶନର ସୁଯୋଗ ମିଳିବ l ପୂର୍ବାହ୍ନ ସାଢେ ଦଶ ଟାରେ ବିଶ୍ୱେଶ୍ୱର ବାବାଙ୍କ ପୀଠରୁ ବାବା ଚନ୍ଦ୍ରଶେଖର ସରଣ୍ଡା ଗ୍ରାମ୍ୟ ପରିକ୍ରମା ପାଇଁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିବେ l ଏଥିରେ ଘେଁସ ର ଘଣ୍ଟବାଦ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି l ବାବା ଚନ୍ଦ୍ରଶେଖର ଗ୍ରାମ୍ୟ ପରିକ୍ରମା କରି ଫେରିବା ପରେ ସନ୍ଧ୍ୟା 6 ଟାରେ ଚାରି ପ୍ରହର ପୂଜା ଆରମ୍ଭ ହେବ l ପ୍ରତି ପ୍ରହର ପୂଜାପାଠ ପରେ 108 ଆଳତି ଅର୍ପଣ କରାଯିବ l ଚାରିପ୍ରହର ପୂଜା ପରେ ହୋମ ପୂର୍ଣ୍ଣାହୁତି ପଡି ମହାଦୀପ ମନ୍ଦିର ଶିଖ କୁ ଉଜାଗର ମହା ଦୀପ ଚଢିଲା ପରେ ଭକ୍ତମାନେ ମଧ୍ୟ ମହାଦୀପ ଚଢ଼ାଇବେ l ସନ୍ଧ୍ୟା ରେ ଜମୁର୍ଡl ଓ ଥୁଆପାଲି କୁଶନାପୁରୀ ଗ୍ରାମର ମହିଳା କୃଷ୍ଣଗୁରୁ ଦଳ ଭଜନ କୀର୍ତ୍ତନ ପରିବେଷଣ କରିବେ l ରାତ୍ରିରେ ଅତାବିରା ର ନାଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ l