ଲରମ୍ଭା କଲେଜରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ସରଣ୍ଡା,28/2(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଅଛି । ସଂପ୍ରତି ମହିଳାଙ୍କ ଉପରେ ଆକସ୍ମିକ ଆକ୍ରମଣର ମୁକାବିଲା ଜରୁରୀ ମନେକରି ତାଲିମ ଶିବିର କଲେଜ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ଆଠଦିନ ଧରି ଚାଲିଥିବା ବେଳେ ଉଦଯାପନୀ ସମାରୋହରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ପ୍ରଫେସର ଅଶୋକ ମହାନ୍ତି, ଶ୍ରୀ ସରୋଜ ନାୟକ, ଡଃ ରଂଜିତ ପ୍ରଧାନ, ଦିପିକାଏଲିଜାବେଥ ଲାକ୍ରା ମଂଚାସୀନ ରହି ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । କଲେଜର ଆତ୍ମସୁରକ୍ଷା ତାଲିମ ଅଧିକାରୀ ଲକ୍ଷ୍ମୀ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ। ଚଳିତ ବର୍ଷ ୨୪୬ ଜଣ ଛାତ୍ରୀ ତାଲିମ ଶିବିରରେ ଯୋଗ ଦେଇଥିଲେ। ଛାତ୍ରୀ ମୁକ୍ତେଶ୍ବରୀ ଭୋଇ ତାଲିମ ଦାତା ଭାବରେ ଯୋଗଦେଇ ନିଜର ଦକ୍ଷତା ପରିପ୍ରକାଶ କରିଥିବାରୁ ତାଂକୁ ଶୁଭେଚ୍ଛା ଦିଆଯାଇଥିଲା। ଶେଷରେ ଅଧ୍ୟାପିକା ଲକ୍ଷ୍ମୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।