ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ ର ନାଗପଡ଼ା ଗ୍ରାମ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଭେଡେନ /ସରଣ୍ଡା,28/2 🙁 ସଂସ୍କୃତି ମିଡ଼ିଆ )-ବରଗଡ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମଣ୍ଡା ପଂଚାୟତ ର ନାଗପଡ଼ା ଗ୍ରାମ ଠାରେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ ସଂମ୍ପର୍କ ପରିବାରର ଅଧ୍ୟକ୍ଷ ରଂଜନ ସେଠ ନେତୃତ୍ବରେ ଅନୁଷ୍ଠିତ ଏହା ହୋଇଥିଲା । ଏଥିରେ ମୁଖ୍ୟ ଅତିଥ୍ ଭାବେ ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ ଯୋଗ ଦେଇ ଫିତାକାଟି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥ୍ ଭାବେ କୁରୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ଗରିଆ, ଖବରଦାତା ହେମନୁ କୁମାର ନାୟକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର ରେ ରକ୍ତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତଭଣ୍ଡାରର ଅଧିକାରୀ ଡା. ଇଲିଜା ମେହେର, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ ଦେବାଶିଷ ମିଶ୍ର, ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ ବେରା ସଂଗ୍ରହ କରି ଥିଲେ l
ଏଥୁରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ୨ଜଣ ମହିଳା ବଡମତୀ ନାଗ, ବୁଇ ତରିଆ ସମେତ ୧୨ ଜଣ ପ୍ରଥମ କରି ରକ୍ତଦାନ କରିଥିଲେ। ଏଥିରେ ମାନସ ରଞ୍ଜନ ମହାକୁର, ସୁନୀଲ ନାଗ, ମନୋଜ ତରିଆ, ଗୋପବନ୍ଧୁ ନାଗ ଓ ନାଗପଡ଼ା ରାଧାକୃଷ୍ଣ ସଂକ୍ରାତନ ମଣ୍ଡଳୀ ର ସଦସ୍ୟ ସମେତ ବହୁ ସ୍ବେଚ୍ଛାସେବୀ ଏହି ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ ।