ନେହେରୁ ଯୁବ କେନ୍ଦ୍ର, ବରଗଡ ର ଜିଲ୍ଲା ପଡୋଶ ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

ବରଗଡ଼,୨୯/୨(ସଂସ୍କୃତି ମିଡ଼ିଆ)- ବରଗଡ଼ ହଲ ଠାରେ କେନ୍ଦ୍ର ସରକାର ଦ୍ଵାରା ପରିଚାଳିତ ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ଏକ ଜିଲ୍ଳା ସ୍ତରିୟ ପଡୋଶୀ ୟୁଵ ସଂସଦ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ସ୍ଥାନୀୟ ମାନ୍ୟବର ସାଂସଦ ଶ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅମରେନ୍ଦ୍ର ନାରାୟଣ ଯାଦବ, ସମାଜ ସେବୀ ପ୍ରିତମ ସିଂ, ସୁରେଶ୍ଵର ଶତପଥୀ, ଶ୍ୟାମସୁନ୍ଦର ଅଗ୍ରୱାଲ, ରତନ ଅଗ୍ରୱାଲ ଓ ଅଧ୍ୟାପିକା ସୁଷମା ଦାସ। କାର୍ଯକ୍ରମ ପ୍ରାରମ୍ଭରେ ବୈଷ୍ଣବୀ ବିର୍ତିଆ ଏକ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ। କାର୍ଯକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ମିଳେଟ ମିଶନ୍ ର ଜିଲ୍ଲା ସଂଯୋଜକ ନାରାୟଣ ପାଣିଗ୍ରାହୀ ମିଲେଟ୍ ଶସ୍ୟ କୁ ଆମେ କିପରି ଦୈନନ୍ଦିନ ଖାଦ୍ୟ ରୁପେ ବ୍ୟବହାର କରି ପାରିବା ତା ଉପରେ ଏକ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ ର କର୍ମକର୍ତ୍ତା ତରୁନ ସେନ ପୃଷେଟ ଶିଶୁ ଓ ମାତୃ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ରେ ସମାଜ ର ଭୂମିକା, ପୁଅ ଓ ଝିଅ ମାନଙ୍କ ମଧ୍ୟରେ ବିଭେଦ ବିହୀନ ସନ୍ତାନ କାମନା କରିବାକୁ ଆହ୍ବାନ ଦେଇଥିଲେ। ତୃତୀୟ ପର୍ଯ୍ୟାୟ ରେ ଆଞ୍ଚଳିକ ମହା ବିଦ୍ୟାଳୟ ର ପୂର୍ଣ୍ଣିମା ରଥ ଓ ତାଙ୍କ ଦଳ ନାରୀ ନିର୍ଯାତନା ଉପରେ ଏକ ସୁନ୍ଦର ବିଷୟ କୁ ନେଇ ନାଟିକା ପ୍ରଦର୍ଶନ କରିଥିଲେ। ଶେଷ ପର୍ଯ୍ୟାୟ ରେ ଯୁବ କେନ୍ଦ୍ର ର ତର୍କ ପ୍ରତିଯୋଗିତା ର ପୁରସ୍କୃତ ହୋଇଥିବା ଯୁବକ ପ୍ରତିଯୋଗୀ ମାନେ ଏକ କୂତ୍ରିମ ସଂସଦ ର ଡେମୋ ଅନ୍ଵେଶ କୁମାର ସାହୁ ଙ୍କର ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ନିଜେ ବାଚସ୍ପତି ଭୂମିକା ନିଭାଇଥିଲେ, ଶାସକ ଦଳ ର ସାଂସଦ ଥିଲେ ନିଧି ଅଗ୍ରୱାଲ, ରିତି କେଡିଆ, ସୃଷ୍ଟି ଅଗ୍ରୱାଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ବିପ୍ଲବ ବିଜୟ ପ୍ରଧାନ, ରୋଜାଲିନ ମହାପାତ୍ର ଓ ସୂପେନ୍ଦ୍ର ବିଶ୍ଵାଳ ବିରୋଧୀ ସାଂସଦ ଭାବରେ ଥିଲେ ହିରୋ ଇଂଡିଆ, ସୁମିତ, ମଧୁସୂଦନ ମେହେର, ଆଦ୍ୟାସା ମହାପାତ୍ର, ବିଦ୍ୟାସା ମହାପାତ୍ର, ସୁଧାଂଶୁ ଦାସ, ଆଲୋକ ଓ ଦୁର୍ଯୋଧନ ପାଣ୍ଡେ। ସମସ୍ତ କାର୍ଯକ୍ରମ କୁ bi ସଞ୍ଚାଳନ କରିଥିଲେ ଜିଲ୍ଲା ଯୁବ ଅଧିକାରୀ ରୋଷନ୍ ଟନଡନ । ସଂଯୋଜନା କରିଥିଲେ ଉପଦେଷ୍ଟା ସଭ୍ୟ ତ୍ରିଲୋଚନ ଶତପଥୀ । ସହଯୋଗ କରିଥିଲେ ସ୍ବେଚ୍ଛାସେବୀ ଆଶୀର୍ବାଦ, ଅନିଲ, ଲିଶା, ତୁଳସି, ସୋଭରମ୍, ଜ୍ୟୋତି, କ୍ଷୀରସିନ୍ଧୁ, ସଂଗୀତା।


Leave a Reply

Your email address will not be published. Required fields are marked *

error: Content is protected !!