ଭଟଲି, ୨୯।୨(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଧିନସ୍ଥ କମଗାଁ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି.. ବୈଜ୍ଞାନିକ ସି ଭି ରମଣ, ରମଣ ଇଫେକ୍ଟ ଉଦ୍ଭାବନ ପାଇଁ ନୋବେଲ ପୁରସ୍କାର ପାଇଥିଲେ.. ତାଙ୍କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 28 ତାରିଖ ଦିନ ବିଜ୍ଞାନ ଦିବସ ପାଳନ କରାଯାଏ.. ଏହି ପରିପ୍ରେକ୍ଷୀରେ କମଗାଁ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଇଂଜିନିୟରିଙ୍ଗ କଲେଜର ଅଧ୍ୟକ୍ଷ ତଥା ମେକାନିକାଲ ଇଞ୍ଜିନିଅର ଡ଼ ଭରତ ଭୂଷଣ ଶତପଥି, ସମ୍ମାନିତ ଅତିଥି ଲାରମ୍ଭା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ, ପ୍ରାଧ୍ୟାପକ ହରେକୃଷ୍ଣ ଦେବତା, ପ୍ରାଧ୍ୟାପକ ରବିନାରାୟଣ ସାହୁ ଓ ଅଧ୍ୟାପକ ପୃଥ୍ବୀ ରାଜ ମହାକୁଡ଼..ଅଧ୍ୟାପକ ବୈକୁଣ୍ଠ ସାହୁ ବିଜ୍ଞାନ ଦିବସ ର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ.ଏହିଅବସରରେ କୁଇଜ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.. ତର୍କ ପ୍ରତିଯୋଗିତାରେ ବନଜା ପ୍ରଥମ, ଧର୍ମେନ୍ଦ୍ର ଦ୍ଵିତୀୟ ଓ ପଞ୍ଚାନନ ତୃତୀୟ.. କୁଇଜରେ ବାଦଲ ଭୋଇ ପ୍ରଥମ, ଡାଫୋଡିଲ ପତି ଦ୍ଵିତୀୟ ଓ ପ୍ରଜ୍ଞା ପ୍ରଧାନ ତୃତୀୟ ଓ ଏସେ ପ୍ରତିଯୋଗିତାରେ ଜସ୍ମିନ ପ୍ରଧାନ ପ୍ରଥମ, ଲିପିକା ବାଗ ଦ୍ଵିତୀୟ ଓ ଶିବାନୀ ପ୍ରଧାନ ଓ ସୁସ୍ମିତା ପ୍ରଧାନ ତୃତୀୟ ହୋଇଥିଲେ..ଅଧ୍ୟାପକ ଚିତ୍ତରଞ୍ଜନ ମହାନନ୍ଦ ଓ ଅନୁପମା ମେହେର ପୁରସ୍କାର ବିତରଣରେ ସହଯୋଗ କରିଥିଲେ.. ସ୍ୱାଗତ ସଂଗୀତ ଗାନ କରିଥିଲେ ଲିପିକା, କୌଶଲ୍ୟା, ନିହାରିକା, ରାକ୍ଷୀ, ପ୍ରଜ୍ଞା ଓ ରୋଶନୀ. ସଭାରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପିକା ମମତା ଭୋଇ ଧନ୍ୟବାଦ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!