ଅତାବିରା ରେ ଶିକ୍ଷା ସମ୍ମିଳନୀ, ସମ୍ବର୍ଦ୍ଧନା ସମାରୋହ

ସରଣ୍ଡା,2/3( ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତାବିରା ଠାରେ ପ୍ରାଥମିକ ଶିକ୍ଷକ ସଂଘ ଅତାବିରା ତରଫରୁ ଏକ ଶିକ୍ଷା ସମ୍ମିଳନୀ ସହ ସମ୍ବର୍ଦ୍ଧନା ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି lଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଏବଂ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷା ସମ୍ମିଳନୀ ମଞ୍ଚ ରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାସ ଏବଂ ରବିନ୍ଦ୍ର କୁମାର ସାହୁ ପ୍ରମୁଖଞ୍ଚାସିନ ଥିଲେ l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଶିକ୍ଷା ସମ୍ମିଳନୀ ର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସି.ଆର.ସି.ସି. ରଞ୍ଜନ ବାଗ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ପ୍ରଶ୍ବତ୍ତୋର ମାଧ୍ୟମରେ ଆଲୋଚନା କରିଥିଲେ ଜିଲ୍ଲା ସାଧନ କର୍ମୀ ତଥା ସି.ଆର.ସି.ସି ନନ୍ଦିଘୋଷ ଭୁଏ । ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ଙ୍କୁ ଉପଢୌକନ,ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଏହା ସହ ଅତାବିରା ବ୍ଲକ୍ ଅନ୍ତର୍ଗତ ଯେଉଁ ବିଦ୍ୟାଳୟ ଓ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସି.ସି. ତଥା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଅବସର ଶିକ୍ଷକ ସଂଘ ର ସଭାପତି ନିଶିକାନ୍ତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।