
ଭଟଲି, ୩।୩ (ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ବୀର ମାଟି ଖରସଲ ଗ୍ରାମରେ ଜମିଦାର ସର୍ଦ୍ଦାର ଦୟାଲ ସିଂଙ୍କ ବୀରତା ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସାମାଜିକ କର୍ମୀ ସୁବ୍ରତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜମିଦାରଙ୍କ ବୀର ଗାଥା ବର୍ଣ୍ଣନା କରିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାଦେବ ସିଂ, ମନୋହର ଖମାରୀ, ରମଣୀ ରଂଜନ ଖମାରୀ, ଖଗପତି ସିଂ, ଉଦିତ ସିଂ ଦେଓ, ପ୍ରମୋଦ କୁମାର ସିଂ, ଶ୍ୟାମ କୁମର ଭୋଇ, ମହାଦେବ ବାଗ, ରବି ସିଂ ଧାରୁଆ, ତରଣି କୁମୁରା, ଜଗନ୍ନାଥ ବାଗ, ଦଧିବାମନ ବାଗ ପ୍ରମୁଖ ଯୋଗଦେଇଥିଲେ । ଦାଶରଥି ଭୋଇ ସଭା ପରିଚାଳନା କରିଥିଲେ ।