ବିଜେପିର ପ୍ରଥମ ପ୍ରଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶାର ନାଁ // ମେଣ୍ଟ ଚର୍ଚ୍ଚା ନେଇ ଖୋରାଗ ବଢିଲା

0

ଭୁବନେଶ୍ୱର,୨।୩(ସଂସ୍କୃତି ମିଡ଼ିଆ ): ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶନିବାର ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅନେକ ବରିଷ୍ଠ ନେତାଙ୍କ ନାମ ଥିବା ବେଳେ ଓଡ଼ିଶାର କୌଣସି ନିର୍ବାଚନ ମଣ୍ଡଳୀ ର ନାମ ପ୍ରକାଶ କରାଯାଇଛି ନାହିଁ l ଫଳରେ ରାଜ୍ୟ ରାଜନୀତିରେ ଚାଲିଥିବା ମେଣ୍ଟ ପ୍ରଷଙ୍ଗ ଚର୍ଚ୍ଚାରେ ଖୋରାଗ ଯୋଗାଇଛି ବିଜେପିର ପ୍ରଥମ ପ୍ରଯ୍ୟାୟ ତାଲିକାରେ ଓଡ଼ିଶା ଵାଦ ପଡିବା ଘଟଣା l ସୂଚନା ଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ଟି ଆସନ ସକାଶେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ତାଲିକାରେ ଓଡ଼ିଶାର କାହାରି ନାଁ ନାହିଁ। ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ନେତୃବୃନ୍ଦ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨ କିମ୍ବା ୩ ଜଣଙ୍କ ନାମ ଘୋଷଣା କରାଯାଇପାରେ ବୋଲି କହୁଥିଲେ। ସେମିତି କିଛି ହେଲାନାହିଁ। ଶେଷରେ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ମନମୋହନ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆସନ୍ତା ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ଏହାପରେ ପ୍ରାର୍ଥୀ ତାଲିକା ଆସିବ। ତେବେ କିଛିଦିନ ହେଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଜୁଏଲ ଓରାମ ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଦଳ ଆଗୁଆ ଘୋଷଣା କରିଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେପରି କିଛି ନ ହେବାକୁ ନେଇ ମଧ୍ୟ ଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୋଦି ଟିମ ତାଲିକାରେ ଓଡ଼ିଶାର କାହାରି ନାଁ ଘୋଷଣା ନ ହେବାରୁ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚା କୁ ଜୋର ଦେବାରେ ଖୋରାଗ ଯୋଗାଇଛି l


Leave a Reply

Your email address will not be published. Required fields are marked *

error: Content is protected !!