ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ପ୍ରତିବାଦ ସଭା ସହ ଦାବି ପତ୍ର ପ୍ରଦାନ

ବଲାଙ୍ଗୀର, 15/3(ସଂସ୍କୃତି ମିଡ଼ିଆ)- ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସାମ୍ବାଦିକ ସୁରକ୍ଷା, ପେନସନ, ସମ୍ମାନକୁ ନେଇକି ଆଜିର ଜିଲ୍ଲପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ପ୍ରତିବାଦ ସଭା କରାଯାଇଥିଲା l ରାଜ୍ୟ ସରକାର ରାଜ୍ୟରେ ରାଜନୈତିକ, ବିଭିନ୍ନ ବର୍ଗର କର୍ମଚାରୀଙ୍କ ବେତନକୁ ଦୃଷ୍ଟି ଦେଇଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନେ ଖବର ସଂଗ୍ରହ କରୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନେକ ଖଳ ପ୍ରକୃତି ଲୋକଙ୍କର ଆକ୍ରୋଶ ମନଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅନ୍ୟ ପକ୍ଷରେ ବିଭିନ୍ନ ରାଜନୈତିକ ତଥା ବିଭିନ୍ନ ଶ୍ରେଣୀ କର୍ମଚାରି ବିଭିନ୍ନ ବର୍ଗରେ କାମ କରୁଥିବା ଅନେକ ଲୋକଙ୍କର ବେତନ କୁ ଆଖିରେ ରଖି କାର୍ଯ୍ୟ କରିଥିବାବେଳେ ସାମ୍ବାଦିକ ମାନଙ୍କୁ ବୈମାତୃକ ମୋଭାବରେ କୋଣସି ପ୍ରକାର ସୁରକ୍ଷା, ସମ୍ମାନ କି ପେନସନ ଦେବା ପାଇଁ ତିଳେମାତ୍ର ଚିନ୍ତା କରୁନାହାନ୍ତି l ଆଜି ଏହି ପରିବାଦରେ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ୟୁନିୟନ ପକ୍ଷରୁ ଜିଲ୍ଲାପାଲ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ ବିନ୍ଧି ପ୍ରାଇବାଦ କରି ସହାୟକ ଜିଲ୍ଲପାଳ ଘନଶ୍ୟାମ ମୁଣ୍ଡଙ୍କୁ ଜିଲ୍ଲାପାଲ ଙ୍କ ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲା ଉପ-ସଭାପତି ଶରତ ମିଶ୍ର, ସମ୍ପାଦକ ନରେଶ କୁମାର ସାହୁ, ରାଜ୍ୟ ସଂଗଠନିକ ସମ୍ପାଦକ ରିତୁରାଜ ସିଂହ, ବରିଷ୍ଟ ସଦସ୍ୟ ନବୀନ ପଶାୟତ, ରଂଜିତ ବେହେରା, ମୁନା ଗୌଡ଼, ଗୁପ୍ତେଶ୍ୱର ପୃଷ୍ଟି, ଅନ୍ତର୍ଯ୍ୟାମୀ ପଶାୟତ, ମୁକେଶ ବହିଦାର, ସସ୍ମିତା ସାହୁ, ଦିଲୀପ ମେହେର, ବଳରା,ମ ମିଶ୍ର, ସୁନିଲ ବେହେରା,ଦେବାଶିଷ ବହିଦାର, ସତ୍ୟପ୍ରିୟ ମିଶ୍ର,ଆଲୋକ ମିଶ୍ର ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତରହି ସହଯୋଗ କରିଥିଲେ l