ସାମ୍ବାଦିକଙ୍କୁ ପେନସନ, ପ୍ରୋଟେକ୍ସନ ସହ ପ୍ରେଷ୍ଟିଜ୍ ଦାବି : ଜାବ ପକ୍ଷରୁ କଳାବ୍ୟାଜ ପିନ୍ଧି ଗାନ୍ଧୀ ପ୍ରତିମୁର୍ତ୍ତ ତଳେ ଧାରଣା,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ 

0

ବରଗଡ଼, 15/3(ସଂସ୍କୃତି ମିଡ଼ିଆ )ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ,ପ୍ରୋଟେକ୍ସନ ଓ ପ୍ରେଷ୍ଟିଜ ଦାବି ନେଇ ବରଗଡ଼ରେ ଜର୍ଣ୍ଣାଲିଷ୍ଟ ଏସୋସିଏନ ଅଫ ବରଗଡ଼ (ଜାବ) ପକ୍ଷରୁ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ସରକାର ବିଭିନ୍ନ ବର୍ଗର କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ଆସୁଛନ୍ତି । ଏହାର ପ୍ରତିବାଦରେ ବହୁବାର ଓୟୁଜେ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ପେନସନ,ପ୍ରୋଟେକ୍ସନ ଓ ପ୍ରେଷ୍ଟିଜ ଭଳି ଦାବି କରିଆସୁଥିବାବେଳେ ରାଜ୍ୟ ସରକାର ତିଳେ ମାତ୍ର କର୍ଣ୍ଣପାତ କରୁନାହାନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାବେଳେ କଣ ପାଇଁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାବୀକୁ ଅଣଦେଖା କରୁଛନ୍ତି ଏନେଇ ଓୟୁଜେ ରାଜ୍ୟ ସାମ୍ବାଦିକ ସଂଘ ର ଆହ୍ୱାନ କ୍ରମେ ପେନସନ, ପ୍ରୋଟେକ୍ସନ ସହ ପ୍ରେଷ୍ଟିଜ୍ ଦାବିରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ , ଜାବ୍   ପକ୍ଷରୁ କଳାବ୍ୟାଜ ପିନ୍ଧି ଗାନ୍ଧୀ ପ୍ରତିମୂର୍ତ୍ତ ତଳେ ଧାରଣା ଦିଆଯାଇଥିଲା ।
ଏଥିରେ ବରଗଡ଼ ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତା ସଭାପତିତ୍ୱ କରିଥିବା ବେଳେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡ଼ ସଭାପତି ରବିନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ର ଙ୍କ ସମେତ ୧୨ ଟି ଯାକ ବ୍ଲକର ସାମ୍ବାଦିକ ଯୋଗ ଦେଇଥିଲେ । ପରେ ସାମ୍ବାଦିକମାନେ ଶୋଭାଯାତ୍ରାରେ ଜିଲ୍ଳାପାଳ କାର୍ଯ୍ୟାଳୟ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଳାପାଲ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ଜାବର ଉପସଭାପତି ପ୍ରଭୁଚରଣ ମହାନ୍ତି ଓ ବ୍ୟୋମକେଶ କର,ସଂପାଦକ ଯୁଧିଷ୍ଠିର ମହାପାତ୍ର,ଜାତୀୟ ପରିଷଦ ସଦସ୍ୟ ସୁରେଶ ଦାଶ , ହେମନ୍ତ ପ୍ରଧାନ,ପ୍ରଦୀପ ମହାନ୍ତି,ରଞ୍ଜନ ଦେବତା , ସତ୍ୟଜିତ ପ୍ରଧାନ, ଜୟସିଂ ପ୍ରଧାନ, କୀର୍ତ୍ତନ ବିଶ୍ୱାଲ , ହେମନ୍ତ ନାୟକ,  ବିଶ୍ୱଜିତ ଦାଶ,ଧର୍ମଦତ୍ତ ପାଢ଼ି, ମେଘନାଦ ସାହୁ , ଦୁର୍ଗା ପ୍ରସାଦ ଦ୍ୱିବେଦୀ , ସଂଜୀବ ପୁରୋହିତ , ବଳରାମ ବାଗ, ଝାସକେତନ୍ ସାହୁ,ଜିତେନ୍ଦ୍ରିୟ ମେହେର, ସରୋଜ ଷଡଙ୍ଗୀ, ରଞ୍ଜିତ ଦାଶ,ମୁକୁନ୍ଦ ଷଡଙ୍ଗୀ, ଶିବ ଶଙ୍କର ବିଶ୍ଵାଳ, କୀର୍ତ୍ତନ ବିଶ୍ଵାଳ, ସୁରେନ୍ଦ୍ର କଠାର,
ଲିପନ ହୋତା ,ଏମଡି ନିଜାମ , ବରଗଡ ସାମ୍ବାଦିକ ସଂଘ ରୁ ଧୃବ କର୍ମୀ , ରାଜେଶ ସରାଫ, ଅନନ୍ତ ମଟାରୀ, ଡିଷ୍ଟିକ ପ୍ରେସ କ୍ଳବ ପକ୍ଷରୁ ସତ୍ୟଜିତ ଦାଶ,ବିଜୟ ମିଶ୍ର,ଏସକେ ନସିମୁଦ୍ଦିନ ,ତ୍ରିବିକ୍ରମ ତ୍ରିପାଠୀ,ନାରାୟଣ ବେହେରା ,ତୁଲସୀ ଚରଣ ଦାଶ, ବଳରାମ ତ୍ରିପାଠୀ ଙ୍କ ସମେତ ବିଭିନ୍ନ ବ୍ଳକରୁ ସାମ୍ବାଦିକମାନେ ସାମିଲ ହୋଇଥିଲେ  ।


Leave a Reply

Your email address will not be published. Required fields are marked *

error: Content is protected !!