ବୁର୍ଲା ଭିମସାରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ପାଣ୍ଠିରୁ ଆମ୍ବୁଲାନ୍ସ ସେବା ହେଲା ଉଦଘାଟିତ

ଗୋଡଭଗା:ତା.୧୬/୦୩ (ସଂସ୍କୃତି ମିଡିଆ)ବୁର୍ଲା ଭିମସାରକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ୨୦୨୩/୨୪ ଆର୍ଥିକ ବର୍ଷର ସାଂସଦ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଭିମସାରଠାରେ ଭିମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ, ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା, ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ ,ସମାଜସେବୀ ନିହାଲ ସିଂ, ରାଜ୍ୟସଭା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ଯୁବ ବିଜେଡି ନେତା ଆଶିଷ ନନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ଏହାକୁ ପତାକା ଦେଖାଇ ଶୁଭ ଉଦଘାଟନ କରଥିଲେ। ଏହି ଆମ୍ବୁଲାନ୍ସ ସେବାକୁ ଉଦଘାଟନ ପରେ ଭିମସାରକୁ ଆସୁଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ରୋଗୀଙ୍କ ପାଇଁ ଏହା ବେଶ ସ଼ହାୟକ ହେବା ନେଇ ଆଶା କରାଯାଉଛି। ଏହାର ଉଦଘାଟନି କାଯ୍ୟକ୍ରମ ପରେ ଭିମସାର ନିର୍ଦ୍ଦେଶକ ଆମ୍ବୁଲାନ୍ସର ଚାବିକୁ ବିଶିଷ୍ଟ ସମାଜସେବୀ ତଥା ଗଣ୍ଡା ସମାଜ କଲ୍ୟାଣ ପରିଷଦର ସଭାପତି ନିହାଲ ସିଂ ଙ୍କୁ ପ୍ରଦାନ କରିଥିଲେ। ଏହି ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ଵ ଶ୍ରୀ ସିଂ କରିବେ ବୋଲି ସୁଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଗଣ୍ଡା ସମାଜ କଲ୍ୟାଣ ପରିଷଦର ସାଧାରଣ ସମ୍ପାଦକ ଅମିନ ମହାନନ୍ଦ, କୋଷାଧ୍ୟକ୍ଷ ନିଳାଞ୍ଚଳ ସୁନା, ରାଜ୍ୟସଭା ସାଂସଦ ଙ୍କ ଧନକଉଡ଼ା ପ୍ରତିନିଧି ସୁବାସ ମିଶ୍ର, ସୁଧିର ପଟ୍ଟନାୟକ, ବିକାଶ ତରିଆ, ଅଜୟ ମହାକୁର, ଭଜ ନାଗ, ଭୁଷଣ ପ୍ରସାଦ, କାଲିଆ ଚାଣ୍ଡେଲ ଓ ସରକାରୀ ଓକିଲ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।