ଆଲୋକ ସେନା ପକ୍ଷରୁ କାଠଡେରାରେ ସ୍ୱଚ୍ଛତା ଅଭିଯାନ

0

ଅତାବିରା ,21/3 (ସଂସ୍କୃତି ମିଡ଼ିଆ )ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃନିଳୟ, କାଠଡେରାର “ଶ୍ରୀଅରବିନ୍ଦ ଆଲୋକ ସେନା” ଦ୍ୱାରା ସ୍ୱଚ୍ଛତା ସମ୍ପର୍କିତ ଜନ ସଚେତନତା ସୃଷ୍ଟି ପାଇଁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସକାଳ ୮.୦୦ଘ. ସମୟରେ ଶିକ୍ଷାକେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଭାଇ ଅପା ସଦ୍ୟ ପ୍ରତିଷ୍ଠା ସମାପନ ହୋଇଥିବା ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବାକୁ ଯାଇ ଶିକ୍ଷାକେନ୍ଦ୍ରର ଆଲୋକ ସେନା ମୁଖ୍ୟ ରାଜେଶ ସେଟଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମନ୍ଦିର ପରିସରକୁ ସଫେଇ କରିଥିଲେ। ଶିକ୍ଷାକେନ୍ଦ୍ରର ଶିକ୍ଷକ ଭୀଷ୍ମଦେବ ରଣା, ରୋହିତ ବିଶ୍ୱାଳ, ଜିତେନ୍ଦ୍ର ପ୍ରଧାନ, ବିଜୟ ବନଛୋର, ଆକାଶ ମେହେର,ସୁରେନ୍ଦ୍ର ବାଗଙ୍କ ସମେତ ସମସ୍ତ ଶିକ୍ଷକ ଭାଇ ଅପା ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!