ରେଙ୍ଗାଲିକେମ୍ପରେ ବିଶ୍ୱ ପଖାଳ ଦିବସ ପାଳିତ // ଝାଟିମାଟି କୁଡ଼ିଆରୁ ପଞ୍ଚତାରକା ସବୁଠି ‘ପଖାଳ’ ର ଚାହିଦା

0

ସରଣ୍ଡା,21/3(ସଂସ୍କୃତି ମିଡ଼ିଆ )-ଓଡ଼ିଆ ଖାଦ୍ୟ ପରମ୍ପରା ରେ ‘ପଖାଳ’ ର ସ୍ଥାନ ସବୁବେଳେ ସବୁଠି ସ୍ୱତନ୍ତ୍ର l ଓଡ଼ିଆ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ l ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୁଏ ପଖାଳ l କାହିଁ କେଉଁ କାଳରୁ ଏ ପରମ୍ପରା ଚାଳି ଆସୁଛି l ଏହି ପଖାଳ ଭକ୍ତ ଓ ଭଗବାନ ଙ୍କୁ ଅତୁଟ ବନ୍ଧନରେ ବାନ୍ଧି ରଖିଛି l ଅନ୍ୟ ପଟେ ଗରିବ ଓଡ଼ିଆ ଭାଇଟିଏ କଂସାଏଁ ପଖାଳ ତାର ସଂସାର ରେ ଜୀବନର ରାହା ଦେଇଥାଏ l ଚଷୀ ଟିଏ ପଖାଳ ଧରି ଖେତ କୁ ଯାଏଁ, କଠିନ ପରିଶ୍ରମ ସାରି ସେହି ପଖାଳ କଂସା କରେ ଆତ୍ମ ତୃପ୍ତି ଲାଭ କରେ l ତେବେ ଦିନେ ପଖାଳ ନାଁ ଶୁଣିଲେ ଟାହିଟାପର ଆଉ ଗରୀବି ପରିଚୟର ଦ୍ୱାହି ଦେଉଥିବା ସମାଜ ଆଜି ସେହି ପଖାଳ ଗରିବ ଚାଷୀର ଝାଟିମାଟି କୁଡ଼ିଆରୁ ଯାଇ ପଞ୍ଚତାରକା ହୋଟେଲ ରେ ପହଁଞ୍ଚିଛି l ସବୁଠି ବଢିଛି ପଖାଳର ଚାହିଦା l ଧୀରେ ଧୀରେ ବିଶ୍ୱ ଦରବାର ପରିଚିତ ହେଉଛି ପଖାଳ ଦିବସ ରୂପରେ l

ମାର୍ଚ୍ଚ 20 ବୁଧବାର ଓଡ଼ିଶାର କୋଣ ଅନୁକୋଣରେ ପାଳିତ ହେଉଛି ଏହି ପଖାଳ ଦିବସ l ଏହିକ୍ରମରେ ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକେମ୍ପଠାରେ ଆଞ୍ଚଳିକ ସାହିତ୍ୟ ପରିଷଦ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି l ଅତାବିରା ଆଂଚଳିକ ସାହିତ୍ୟ ପରିଷଦ ସଭାପତି ଦଶରଥ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ସରୋଜ ରଥ ସଭାକୁ ସଂଯୋଜନା କରିଥିଲେ l

ଏଥିରେ ଖବରଦାତା ବାଲାଜୀ ବିଭୂରଞ୍ଜନ ଚୌ୍ରାସିଆ ମୁଖ୍ୟଅତିଥି, ଚାଷୀ ଉତ୍ପନ ଭୋଇ ମୁଖ୍ୟବକ୍ତା, ଓଡ଼ିଶା ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ସଂମ୍ମାନିତ ଅତିଥିଭାବେ ଯୋଗ ଦେଇ ଉପରୋକ୍ତ ମତ ବ୍ୟକ୍ତ କରିଥିଲେ l ଶେଷରେ ଧର୍ମରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁବାଷ ପ୍ରଧାନ, ସୁରେନ୍ଦ୍ର କାଠlର, ରାଜେଶ ପ୍ରଧାନ, ଗୁରୁଦେବ ଭୋଇ, ନରେନ୍ଦ୍ର ପ୍ରଧାନ, ନରେଶ ପ୍ରଧାନ, ଅଶ୍ୱିନୀ ତ୍ରିପାଠୀ, ସୁରେନ୍ଦ୍ର ସ୍ୱାଇଁ, ସମୀର ପ୍ରଧାନ, କବି କିଶୋର ପାତ୍ର ଓ ସଞ୍ଜୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!