ସମ୍ବଲପୁର ଲୋକସଭା ଆସନ ଲଢେଇ ହେବ ଜୋରଦାର // ମାଁ ସମଲେଇଙ୍କ ଆଶୀର୍ବାଦ ନେଇ ମଇଦାନ କୁ ଓଲ୍ଲାଇଲେ ବବି

ସମ୍ବଲପୁର,୨୯ା୩: (ସଂସ୍କୃତି ମିଡ଼ିଆ )- ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ ଶୁକ୍ରବାର ବବି ସମ୍ବଲପୁରକୁ ପ୍ରଥମ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।
ପ୍ରଣବ କହିଛନ୍ତି, ସମ୍ବଲପୁର ମାଟି ସହ ତାଙ୍କ ପରିବାରର ୬୦ ବର୍ଷର ସମ୍ପର୍କ। ଏ ମାଟି ସହ ତାଙ୍କ ବାପାଙ୍କର ସୁସମ୍ପର୍କ ରହିଥିଲା। ଏଠି ପହଞ୍ଚିଲା ପରେ ଏଠିକାର ଲୋକଙ୍କ ସମର୍ଥନ ଓ ସ୍ନେହ ଦେଖିବା ପରେ ମୁଁ ଆନନ୍ଦିତ। ସମ୍ବଲପୁର ଯାଇ ନିଜ ଘରେ ଛିଡ଼ା ହେବା ପରି ଲାଗୁଛି । ତେବେ ସମ୍ବଲପୁରକୁ ଉନ୍ନତିର ଶିଖରକୁ ନେବା ସହ ଏହାର ରୂପାନ୍ତରୀକରଣ ପାଇଁ ତାଙ୍କୁ ଏଠାରେ ପ୍ରାର୍ଥୀ ବିବେଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁରବାସୀଙ୍କ ଉପରେ ସେ ଭରସା କରିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ତାଙ୍କର ଦୃଢ ବିଶ୍ୱାସ ।
ପ୍ରକାଶ ଯେ ଏଥର ସମ୍ବଲପୁରରେ ଜୋରଦାର ଲଢେଇ ହେବ । କାରଣ ଏଠାରେ ବିଜେପିର ସାଂସଦ ଟିକେଟ ପାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ବିଜେଡି ମଧ୍ୟ ଏହି ସମ୍ବଲପୁରରୁ ପ୍ରଣବଙ୍କୁ ସାଂସଦ ଟିକେଟ ଦେଇଥିବାରୁ ଏହି ଆସନ ଉପରେ ରାଜ୍ୟବାସୀଙ୍କ ନଜର । ତେବେ କଂଗ୍ରେସ ଏହି ଚ୍ୟାଲେନ୍ସ କୁ କିପରି ସାମ୍ନା କରି କାହାକୁ ଟିକେଟ ଦେବ ଏ ଯାଏଁ ଘୋଷଣା ହୋଇନାହିଁ l