ଅତାବିରା ବ୍ଲକରେ ପୋଲିସର ଫ୍ଳାଗମାର୍ଚ୍ଚ

ସରଣ୍ଡା,30/03(ସଂସ୍କୃତି ମିଡ଼ିଆ )- ଶନିବାର ସନ୍ଧ୍ଯା ୫ଟା ସମୟରେ ଚଳିତ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି ଆଇନ ଅନୁଯାୟୀ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ ଭାବେ କରାଇବା ପାଇଁ ପୋଲିସ ପ୍ରଶାସନ ତତ୍ପର ହେବାକୁ ଲାଗିଛି। ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ତତ୍ଵାବଧାନରେ ଅତାବିରା ବ୍ଲକର କାଦୋବାହାଲ, ଲରମ୍ଭା, ଟୁକୁରା, ବାବେବିରା ଓ ଅତାବିରା ଏନଏସିର ଅତାବିରା ଓ ଭୁଏପୁରା ଗ୍ରାମରେ ଅତାବିରା ପୋଲିସ ଦ୍ୱାରା ଫ୍ଲାଗ ମାର୍ଚ୍ଚ ହୋଇଛି। ଅତାବିରା ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ତଥା ଅଞ୍ଚଳ ରେ ଥିବା ବୁଥ୍ ଗୁଡିର ଭୋଟର ଯେପରି କୌଣସି ଭାବେ ପ୍ରଭାବିତ ନ ହୁଅନ୍ତୁ ଏଥିପାଇଁ ସମ୍ପୂର୍ଣ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କୌଣସି ରାଜନୈତିକ ଦଳ ଯେପରି ସାଧାରଣ ଜନତା ଙ୍କୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପ୍ରଲୋଭିତ ଲୋଭ ଦେଖାଇ ପ୍ରଭାବିତ ନ କରି ପାରନ୍ତି ଏହା ଉପରେ ନଜର ରଖାଯିବା ଏହି ଫ୍ଳାଗ୍ ମାର୍ଚ୍ଚର ମୂଳ ଉଦ୍ଧେଶ୍ୟ । ଅବାଧ ଓ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ବରଗଡ଼ SP ସହ ଅତାବିରା ଥାନା ଅଧିକାରୀ ଜନ ସାଧରଣଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ କୌଣସି ଅପ୍ରିତିକର ସୃଷ୍ଟି ନ ହେବା ପାଇଁ ଅସାମାଜିକ ବ୍ୟକ୍ତିଙ୍କୁ ପୋଲିସ କଡ଼ା ନଜର ରଖିଛି ବୋଲି ବରଗଡ଼ SP କଡ଼ା ସଙ୍କେତ ଦେଇଥିବା ଜଣାପଡ଼ିଛି । ଏହି ପ୍ଲାଗମାର୍ଚ୍ଚରେ ଏସଡିଓ ପଦାରବିନ୍ଦ ତ୍ରିପାଠୀ, ୨ ପ୍ଲାଟୁନ CRPF ଓ ଅତାବିରା ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ଯୋଗଦେଇଥିଲେ।