ବିଜେଡି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ଆକାଶ

ଭୁବନେଶ୍ୱର,30/3(ସଂସ୍କୃତି ମିଡ଼ିଆ )-ବିଜେଡି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ। ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ। କେଉଁ ଦଳରେ ମିଶିବେ ଆକାଶ l ବିଜେପି ନା କଂଗ୍ରେସ ? ତେବେ ସେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି l ଆଜି ମୁଁ ମୋର ଆନ୍ତରଆତ୍ମାର ସ୍ୱର ଶୁଣି ମୋର ଆତ୍ମ ସଂମ୍ମାନ ପାଇଁ, ମୋର ଅଭିମାନ ପାଇଁ ଏବଂ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ୁଛି ବୋଲି ଆକାଶ ଦାସନାୟକ ପ୍ରକାଶ କରିଛନ୍ତି l