ନିବେଦିତା ପବ୍ଲିକ ସ୍କୁଲର ୧୨ତମ ବାର୍ଷିକୋତ୍ସବ “ରୁମକୁ ଝୁମା” ଅନୁଷ୍ଠିତ 

0

ଭଟଲି,1/4(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ନିବେଦିତା ପବ୍ଲିକ ସ୍କୁଲର ୧୨ତମ ବାର୍ଷିକୋତ୍ସବ “ରୁମକୁ ଝୁମା” ସୁକୁଡ଼ା ସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିବେଦିତା ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ କଳାପାଣିର ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ମୋହନ ସାହୁ ଯୋଗଦେଇଥିଲେ । ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଭଟଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନ ଓ ବିଦ୍ୟାଳୟ ର ପରିଚାଳନା କମିଟି ର ସମ୍ପାଦକ ପ୍ରିୟଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ଦଧିବାମନ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଯୋଗଦାନ କରି ଶିଶୁ ମାନେ କ୍ରୋଧ ତ୍ୟାଗ କରି ମାନବିକତାର ସହିତ ସରଳ,ଭଦ୍ର ଭାବରେ ଜୀବନ ଶୈଳୀ ନିର୍ଧାରିତ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ମଧୁଲିକା ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ୨୨ ଗୋଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେଥିରେ ଆଧ୍ୟାତ୍ମିକ ଚେତନା, ସ୍ବଚ୍ଛତା ସଚେତନତା ସହିତ ଲୋକନୃତ୍ୟ ଉପରେ କାର୍ଯ୍ୟକ୍ରମ ମନମୁଗ୍ଧକର ହୋଇଥିଲା । ତନ୍ମଧ୍ୟରୁ ମାଁ ଦୂର୍ଗା ଙ୍କ ଉପରେ ଆଧାରିତ ନୃତ୍ୟ ନାଟିକା କାର୍ଯ୍ୟକ୍ରମଟି ମନମୁଗ୍ଧକର ହୋଇଥିଲା । ସୁଦାମ ବାରିକ ଙ୍କୁ ବର୍ଷର ସର୍ବୋତ୍ତମ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିବା ବେଳେ ଜାତୀୟ ସ୍ତରରେ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ରେ ଭାଗନେଇ ଥିବାରୁ ଶିକ୍ଷୟିତ୍ରୀ ମଧୁଳିକା ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଞ୍ଜୟ ପ୍ରଧାନ, ରୂପସିଂ ଅଗ୍ରୱାଲଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ଵେ କାର୍ଯ୍ୟକ୍ରମ ଦେଖିବାପାଇଁ ଅଭିଭାବକ ମାନଙ୍କ ସହିତ ଶହ ଲୋକ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!