ବିଜେପି ଆଶାୟୀ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କ ଇସ୍ତଫା

0

ସୋହେଲା ,୩।୪(ସଂସ୍କୃତି ମିଡ଼ିଆ ): -ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ସହ ସମସ୍ତ ୭ ଟି ଯାକ ବିଧାନସଭା ଆସନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିବା ପରେ ଦଳୀୟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଦଳର ଜିଲା ଉପସଭାପତି ସୁଶାନ୍ତ ମିଶ୍ର ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନିକଟକୁ ପଠାଇଛନ୍ତି।

ଦଳ ତାଙ୍କ ପ୍ରତି କ୍ରମାଗତ ଅଣଦେଖା କରିଥିବା ଯୋଗୁ ସେ ଦଳ ଛାଡିଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସୁଶାନ୍ତ ଏକଦା କଂଗ୍ରେସର ଜଣେ ତୁଙ୍ଗ ଯୁବନେତା ଥିଲେ । ଗତ ୨୦୧୪ ନିର୍ବାଚନରେ ଭଟଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାୟୀ ଥିଲେ। ମାତ୍ର ସେତେବେଳେ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ଫଳରେ କଂଗ୍ରେସ ଛାଡି ସେହି ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଏବଂ ୩୭ ହଜାରରୁ ଅଧିକ ଭୋଟ ପାଇ କଂଗ୍ରେସକୁ ପଛରେ ପକାଇ ସେ ଦ୍ବିତୀୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଭାଜପାରେ ଯୋଗ ଦେଇଥିଲେ ଏବଂ ଭଟଲି ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଦଳୀୟ ଆଶାୟୀ ଥିଲେ। ମାତ୍ର ୨୦୧୯ ଭଳି ଚଳିତ ୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ତାଙ୍କୁ ପ୍ରାର୍ଥୀ ଦେବାରୁ ବଞ୍ଚିତ କରିଛି l

ସୂଚନା ଯୋଗ୍ୟ ଯେ, ଭଟଲିରୁ ବିଜେପି ଚଳିତ ବିଧାନସଭା ପାଇଁ ଇରାଶିଷ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି l

 


Leave a Reply

Your email address will not be published. Required fields are marked *

error: Content is protected !!