ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ,15ରୁ ଅଧିକ ଯାତ୍ରୀ ଆହତ ।

ପଦ୍ମପୁର,14/4(ସଂସ୍କୃତି ମିଡ଼ିଆ)ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ନିକଟରେ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଲିଥିବା ସୂଚନା ଅନୁସାରେ ଛତିଶଗଡ ବରୋଦା ଅଂଚଳର 50ରୁ ଅଧିକ ଯାତ୍ରୀ ଏକ ବସରେ ପାଂଚ ଦିନର ଯାତ୍ରା ସାରି ପୁରୀରୁ ଫେରୁଥିଲେ ଏବଂ ଆଜି ସେମାନେ ପାଇକମାଲ ନିକଟସ୍ଥ ନୃସିଂହନାଥ ଧାମରେ ଦର୍ଶନ କରିବାର କାର୍ଯ୍ୟକରମ ରହିଥିଲା । ପ୍ରାତଃ ପ୍ରାୟ 4ଟାରୁ 4.30 ମିନିଟ ସମୟରେ ବୁଡେନ ଥାନା ସୁଲିଆ ନିକଟରେ ବସ ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ 15ରୁ ଅଧିକା ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ବୁଡେନ ପୋଲିସ ଏବଂ ପଦ୍ମପୁର ଅଗ୍ନିଶମ ବାହିନୀ ଆହତ ମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା କାର୍ଯ୍ୟରତ ଡାକ୍ତର ଆଶିର୍ବାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଦୀର୍ଘ ପାଂଚ ଦିନର ଯାତ୍ରା କରି ଫେରୁଥିବା ବସ ଗୋଟିଏ ଡ୍ରାଇଭର ଚଲାଉଥିବା କାରଣରୁ ସେ ହାଲିଆ ହୋଇ୍ଯାଇଥିବା ଏବଂ ଆଖି ଲାଗିଯାଇଥିବା ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଇଉଛି ।
(ବିଦ୍ୟାଧର ସାହୁ ଙ୍କ ରିପୋର୍ଟ)