ଭଟଲିରେ ରାଧାଜନ୍ମ ମହୋତ୍ସବ ପାଳିତ

0

ଭଟଲି,୧୨।୯: (ସଂସ୍କୃତି ମିଡ଼ିଆ ):-ବରଗଡ଼ ଜିଲ୍ଲା ଭଟଲି ଗ୍ରାମରେ ପବିତ୍ର ରାଧାଜନ୍ମମହୋତ୍ସବ ପାଳିତ ହୋଇଯାଇଛି l ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଶ୍ରୀ ଦଧିବାମନ ମନ୍ଦିରରେ ରାଧାଷ୍ଟମୀ ପରମ୍ପରା ଅନୁଯାଇ ବିଧିବିଧାନ ସହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦୈନିକ ପୂଜନୀତି ପହଡ ଭଙ୍ଗ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ ହୋଇ ସକାଳ ଧୂପ ଭୋଗ ଲାଗି ହେବା ପରେ ଦଧିବାମନଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣ ମନ୍ଦିରସ୍ତ ସଂକୀର୍ତ୍ତନ୍ୟ ମଣ୍ଡପରେ ବିଜେ କରିଥିଲେ l ମଣ୍ଡପରେ ବିଧି ବିଧାନ ସହ ରାଧାଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହାପରେ ରାଧାକୃଷ୍ଣଙ୍କୁ ଶୃଙ୍ଗାର ବେଶକରି ଏକ ସୁସଜ୍ଜିତ ରଥ ବିମାନରେ ବିଜେକରାଇ ହରିବୋଲ ହୁଳହୁଳି ଏବଂ ସଂକୀର୍ତ୍ତନ୍ୟ ମଧ୍ୟରେ ନଗର ପରିକ୍ରମା କରିଥିଲେ l ଗ୍ରାମର ସମସ୍ତ ସଂକୀର୍ତ୍ତନ୍ୟ ମଣ୍ଡଳୀ ମାନଙ୍କରେ ମଧ୍ୟ ରାଧାଜନ୍ମ ମହୋତ୍ସବ ପରମ୍ପରା କ୍ରମେ ବିଧିବିଧାନରେ ଅନୁଷ୍ଠିତ ହୋଇଥିଲା l ଭଟଲି ଗ୍ରାମରେଥିବା ଦଧିବାମନ ସଂକୀର୍ତ୍ତନ୍ୟ ମଣ୍ଡଳୀ, ପରମାନନ୍ଦ ସଂକୀର୍ତ୍ତନ୍ୟ ମଣ୍ଡଳୀ, ଭବାନୀ ଶଙ୍କର ସଂକୀର୍ତ୍ତନ୍ୟ ମଣ୍ଡଳୀ, ଗୌରୀ ଶଙ୍କର ସଂକୀର୍ତ୍ତନ୍ୟ ମଣ୍ଡଳୀ ଏବଂ ରାଧେଶ୍ୟାମ ସଂକୀର୍ତ୍ତନ୍ୟ ମଣ୍ଡଳୀ ମାନଙ୍କରେ ରାଧାଜନ୍ମମହୋତ୍ସବ ଅନୁଷ୍ଠିତ ହୋଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!