ଅତାବିରା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

0

ଅତାବିରା, 29/9(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ କୋଶଲ ଅବସରପ୍ରାପ୍ତ ସୈନିକ ସଂଘର ନୂଆଁଖାଇ ଭେଟଘାଟ ଲାଦରପାଲି ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଅବସରପ୍ରାପ୍ତ ମେଜର କୈଳାଶ ଚନ୍ଦ୍ର ଚାନ୍ଦଙ୍କ ଦ୍ବାରା ଭାରତମାତା ଏବଂ ମାଁ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।ସଂଗଠନର ସଭାପତି ଅରୁଣ କୁମାର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୂଖ୍ୟ ଅତିଥି,ଜନକଲ୍ୟାଣ କୁଲତା ସମାଜର ସଭାପତି ଦିବାକର ପ୍ରଧାନ, ସମ୍ବଲପୁର ଷ୍ଟେସନ ମୂଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଡିମ କମାଣ୍ଟଡେଣ୍ଟ ଦେବୀପ୍ରସାଦ ସାହୁ , ଅବସରପ୍ରାପ୍ତ କର୍ଣ୍ଣେଲ ନରେଶ କୁମାର ଗୁପ୍ତା,ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ,ବରଗଡ଼ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବକ୍ତାମାନେ ନୂଆଁଖାଇ ତିହାର ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଶିକ୍ଷକ ନିରଞ୍ଜନ ପସାୟତଙ୍କ ସଂଯୋଜନାରେ ଲସ୍ତଲା ସୂରଜମୁଖି ଡେନ୍ସଗ୍ରୁପ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୃଷକ ସଂଗଠନ,ଫଟୋଗ୍ରାପ ସଂଗଠନ,ବରଗଡ଼ ଓ ସମ୍ବଲପୁର ଅବସରପ୍ରାପ୍ତ ସୈନିକ ସଂଘ,ଡ଼ା.ପଲଉ ପ୍ରଧାନ ଏବଂ ଖବରଦାତା କୀର୍ତ୍ତନ ବିଶ୍ବାଳଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶେଷରେ ସମ୍ପାଦକ ଲଳିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!