ପିଠାପୋଟଲ ଆଞ୍ଚଳିକସ୍ତରୀୟ ସୁରଭି-2024

0

ଅତାବିରା, 30/9(ସଂସ୍କୃତି ମିଡ଼ିଆ )ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପିଠାପୋଟଳ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳାଡୁଙ୍ଗୁରୀ ଠାରେ ପିଠାପୋଟଳ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ସି.ଆର.ସି.ସି. ରାଜୀବ ବିଶ୍ଵାଳ ଙ୍କ ସଂଯୋଜନା ରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ କାଶୀନାଥ ଉଚ୍ଚ ବିଦ୍ୟାଳୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧେଶ୍ୟାମ ବାଗ , ସମ୍ମାନୀତ ଅତିଥି ରୂପେ ଆଞ୍ଚଳିକ କାଶୀନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲୀପ ଶର୍ମା, ସୋଡ଼ାପାଲି ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଭୋଇ ମଞ୍ଚାସିନ ଥିଲେ। ସଙ୍ଗୀତ କନିଷ୍ଠ ଓ ବରିଷ୍ଠ ପ୍ରତିଯୋଗିତାରେ ଯଥାକ୍ରମେ ଗୁଞ୍ଜନ ପ୍ରଧାନ ଓ ପୁନମ ସୁନା,ଚିତ୍ରାଙ୍କନରେ ରେ ପ୍ରୀୟାଂଶୁ ପ୍ରଧାନ ,ବିତର୍କ ବରିଷ୍ଠରେ ପ୍ରୀତି ତାଣ୍ଡିଆ , ବତ୍କୃତା ରେ ନନ୍ଦିନୀ ମିରିଗ , ରିତେଶ୍ୱରି ଦୀପ, କୁଇଜ୍ ରେ ଆରବ ସାହୁ,ନନ୍ଦିନୀ ମିରିଗ ,ପ୍ରବନ୍ଧ ଲିଖନରେ ମନିଷା ମିଶ୍ର,ସୃଜନ ଶିଳ ଲିଖନରେ ଲୀନା ଭୁଏ,ରୁଚିକା ଭୋଇ ,ଚିତ୍ର କଳା ରେଶ୍ମା ଭୁଏ,ଶିଳ୍ପ କଳା ରେ ଆଚଲ୍ ପ୍ରଧାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋଢ଼ାପାଲି ଗ୍ରୁପ୍ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଚାରକ ଭାବେ ସି.ଆର.ସି.ସି. ଧରମ ନାଏକ,ରଞ୍ଜନ ବାଗ ଓ କୃତାର୍ଥ ଚନ୍ଦ୍ର ଭୁଏ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶିକ୍ଷକ କିଶୋର କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସୁରଥ ମିର୍ଦ୍ଧା, ରଶ୍ମିରଞ୍ଜନ ସାହୁ,ପୂର୍ଣ୍ଣଚନ୍ଦ୍ର ବେହେରା,ସୁଧାଂଶୁ ଶେଖର ମିଶ୍ର,ତନୁଜା ଭୁଏ,ଗୀତାଞ୍ଜଳି ବିଶ୍ଵାଳ,ନିଲେନ୍ଦ୍ରି ଭୁଏ ଏବଂ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

 


Leave a Reply

Your email address will not be published. Required fields are marked *

error: Content is protected !!