ନିପୁଣ ଓଡିଶା ମିଶନର ଲୋଗୋ ଶୁଭ ଉନ୍ମୋଚନ ଉତ୍ସବ

0

ଭଟଲି,୩୦।୯:(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନିପୁଣ ଓଡ଼ିଶା ମିଶନର ଲୋଗୋ ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରବଣ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକ ବିଇଓ ସରୋଜ କୁମାର ଭୁଏ,ପତଙ୍ଗ ଅନୁଷ୍ଠାନର ସଦସ୍ଯା,ଅଙ୍ଗନୱାଡି କର୍ମୀ,ସାମ୍ବାଦିକ ନୃସିଂହ ଚରଣ ସାହୁ,ମାଧବ ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରି ନିପୁଣ ଓଡ଼ିଶା ମିଶନ ଲୋଗୋ ଉନ୍ମୋଚନ କରିଥିଲେ ।

ପରେ ନିପୁଣ ଓଡ଼ିଶା ସଙ୍ଗୀତଗାନ ମଧ୍ୟ କରାଯାଇଥିଲା ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଥମ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲକୁ ସୁନିଶ୍ଚିତ କରିବା ତଥା ପିତା ମାତା ଅଭିଭାବକ ମାନଙ୍କୁ ଏଥିରେ ଯୋଡ଼ିବା ବୋଲି ବିଇଓ ଏବଂ ଶିକ୍ଷକ ଉପେନ୍ଦ୍ର ଖମାରୀ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ଦାଶ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରି ଏହାର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ପିତା ମାତାଙ୍କ ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଥିଲେ। ତୃତୀୟ ଶ୍ରେଣୀ ଶେଷସୁଦ୍ଧା ମାତୃଭାଷା ଓଡ଼ିଆ ପଢ଼ି ବୁଝିବା ଓ ମୌଳିକ ସଂଖ୍ୟା ଜ୍ଞାନଦ୍ବାରା ଦୈନନ୍ଦିନ ଜୀବନରେ ସମସ୍ୟାଗୁଡ଼ିକର ସମାଧାନ କରିବା ହେଉଛି ନିପୁଣ ଓଡ଼ିଶାର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସିଙ୍କ ସମେତ ଏଫଏଲଏନ ଉତ୍ସର୍ଗୀକୃତ ଶିକ୍ଷକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ବିଭୂତିଭୂଷଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!