ଗୋଡ଼ଭଗାରେ ଅତାବିରା ବ୍ଲକ୍ ସ୍ତରୀୟ ସୁରଭି ଉଦଯାପିତ 

0

 

 

ଅତାବିରା ,1/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ଗୋଡ଼ଭଗା ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶ ରେ ଶିକ୍ଷକ ଙ୍କ ଭୂମିକା ଉପରେ ମତ ରଖିଥିଲେ । ଏହି ଅବସରରେ ସ୍ବତନ୍ତ୍ର ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ଜ୍ୟୋତିକାନ୍ତ ସାହୁ,ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ, ପାହାଡ଼ଶ୍ରୀଗିଡା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମକୃଷ୍ଣ ସାହୁ,ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ଗୋଡ଼ଭଗା ର ପ୍ରଧାନ ଶିକ୍ଷକ ଅଦନ ସୁନା,ଅତାବିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ ହରିପାଲ ଏବଂ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମନୋରଞ୍ଜନ ମିଶ୍ର । ଏହି ଅବସରରେ ବିତର୍କ, ବକୃତା,ଚିତ୍ରାଙ୍କନ,କୁଇଜ୍,ପ୍ରବନ୍ଧ ଲିଖନ,ସୃଜନଶୀଳ ଲିଖନ ,ଓଡ଼ିଆ ହସ୍ତାକ୍ଷର ଓ ଶୃତଳିଖନ,ହସ୍ତକଳା, ଶିଳ୍ପ କଳା ,ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସି.ଆର୍.ସି.ସି. କେଶବ ଛନ୍ଦ ଓ ରଶ୍ମିରାଣୀ ନନ୍ଦ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରଗଡ଼ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ,ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ,ଅତାବିରା ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଉପାଧ୍ୟକ୍ଷ ଅନନ୍ତ ମେହେର,ଅତାବିରା ଏନ୍ ଏ ସି ଅଧ୍ୟକ୍ଷ ବନମାଳି ବରିହା,ଗୋଷ୍ଠୀ ଶିକ୍ଷା ଅଧିକାରୀ ଭେଡେନ ମଛିନ୍ଦ୍ର ମଲ୍ଲିକ, ଗୋଡ଼ଭଗା ଗ୍ରାମ ପଞ୍ଚାୟତ ସରପଞ୍ଚ ମଂଜୁଲତା ସେଠ୍ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ,ଚିତ୍ତରଞ୍ଜନ ପ୍ରଧାନ,ସୁଧୀର ରଥ, ସନ୍ତୋଷ କର,ଧ୍ର ପତି ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଋଷୁଭ ପଣ୍ଡା,ତ୍ରିଲୋଚନ ସେଠ୍,ରଞ୍ଜନ ବାଗ,ଧରମ ନାଏକ,କିଚକ ସୁନା,କୃତାର୍ଥ ଚନ୍ଦ୍ର ଭୁଏ,ଜୟଦେବ ନାଏକ,ଭକ୍ତ କଂହେଇ,ରାଜୀବ ବିଶ୍ଵାଳ ,ଶିକ୍ଷକ ମନୋହର ଦାସ,ରବି ପ୍ରସାଦ ଗୁପ୍ତା,ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବ୍ଲକ୍ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ମିଶ୍ର ଓ ନିଶିକାନ୍ତ ପଣ୍ଡା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପୁଣି ଅତିଥି ମାନଙ୍କ ଦ୍ଵାରା ବ୍ଲକ୍ ସ୍ତରୀୟ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଲୋଗୋ କୁ ମଞ୍ଚରେ ଉନ୍ମୋଚନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ରଞ୍ଜୁଳତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!