ଜୁଏହୁଲା ପକ୍ଷରୁ ୧୫ ତମ ଗୁରୁ ଭଗବାନ ସାହୁ ନୂଆଁଖାଇ ଭେଟ୍ ଘାଟ୍

0

ବରଗଡ଼, 7/10-(ସଂସ୍କୃତି ମିଡ଼ିଆ )=ବରଗଡ଼ ଜିଲ୍ଲା ବରପାଲି ଆମ୍ବେଦକର ଭବନ ଠାରେ ଆଜି ଅପରାହ୍ନ ୪ ଟା ସମୟରେ ଜୁଏହୁଲା ଖବର କାଗଜ ତରଫରୁ ନାଟ୍ୟ ମହର୍ଷି ଗୁରୁ ଭଗବାନ ୧୫ ତମ ନୂଆଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଜୁଏହୁଲା ଖବର କାଗଜ ର ସମ୍ପାଦକ ଅରକ୍ଷିତ ମହାନନ୍ଦ ଙ୍କ ପୌରହିତ୍ୟରେ ନାଟ୍ୟ ମହର୍ଷି ଫଗୁନୁ କୁମ୍ଭାର (କାର୍ଯ୍ୟନିର୍ବାହୀ ସଂପାଦକ, ଜୁଏହୁଲା)ଙ୍କ ସଂଯୋଜନା ରେ ଅଧ୍ୟାପକ ଲୋକବନ୍ଧୁ ପଧାନ ଙ୍କ ପରିଚାଳନା ରେ ଏହି ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଭାଗବତ ପ୍ରଧାନ ଓ ଭୁବନ ଭୋଇ , ମୁଖ୍ୟ ବକ୍ତା ଡଃ ସୁବାଷ ଚନ୍ଦ୍ର ପାତ୍ର (ସଭାପତି , ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଡୁଙ୍ଗୁରିପାଲି ), ସମ୍ମାନିତ ଅତିଥି ଧିମତୀ ନିବେଦିତା ସାହୁ (ଉପଦେଷ୍ଟା, ଜୁଏହୁଲା ପ୍ରକାଶନୀ ଡୁଙ୍ଗୁରିପାଲି), ଆଶୁତୋଷ ରଥ (ଆଇନଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ), ଜୟରାମ ବାଘ (ଯୁବ ସାମ୍ବାଦିକ),ହିମାଞ୍ଚଲ ସାହୁ (ଯୁବ ସମାଜସେବୀ ଓ ସରପଞ୍ଚ,ଭଟିଗାଁ) ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ ଡାଃ ସୁବାଷ ଚନ୍ଦ୍ର ଦାସ (ରୋଗୀସେବା), ପରମାନନ୍ଦ ସ୍ୱାଇଁ (ବାଦ୍ୟଶିଳ୍ପି), ଗୁରୁ ଶ୍ରୀ ନବୀନ କୁମାର ଥନାପତି (ନାଟ୍ୟଗୁରୁ), ଫଗୁନୁ କୁମ୍ଭାର (ନାଟ୍ୟକାର), ସୁବାଷ ପ୍ରଧାନ (ସମାଜସେବୀ), ଜ୍ୟୋସ୍ନା ରାଣୀ ବିଶି (ମହିଳା ଚାଷୀ), ହିମାଞ୍ଚଲ ସାହୁ (ଯୁବ ସମାଜସେବୀ), ପଦ୍ମଲୋଚନ ସାହୁ (ସାମ୍ବାଦିକ), ନିବେଦିତା ସାହୁ (ଶିକ୍ଷୟିତ୍ରୀ), ଅଧ୍ୟାପକ ଲୋକବନ୍ଧୁ ପଧାନ (ଅଧ୍ୟାପନା), ଅଗସ୍ତି ପଧାନ (କୃଷି ସେବା), ନାଟ୍ୟକାର ଭିକାରୀ ଚରଣ ପଧାନ (ସାହିତ୍ୟିକ)କବିଶ୍ରୀ ଉଦ୍ଧବ ବାରିକ (କବି), କବିଶ୍ରୀ ସୁଦାମ ସୁନା (କବି) ଙ୍କୁ ପୁଷ୍ପଗୁଚ୍ଛ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହ ଅନୁଷ୍ଠିତ ଏକ କବିତା ପାଠୋତ୍ସବରେ କବି ନିବେଦିତା ସାହୁ, ଜଟାଧାରୀ ପ୍ରଧାନ, ଉଦ୍ଧବ ବାରିକ,ସୁଦାମ ସୁନା ପ୍ରମୁଖ ନିଜସ୍ଵ କବିତା ପାଠ କରିଥିଲେ।ଏହ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସୁଦାମ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!