ଖେଳ ଜିଲ୍ଲା ବରଗଡ଼ ଜିଲ୍ଲା ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ର ସାଂସ୍କୃତିକ ସନ୍ଧ୍ୟା // ” କେବଳ ପାଠ ନୁହଁ , କ୍ରୀଡା ରେ ସହ ଭାଗିତା ଛାତ୍ର ଛାତ୍ରୀ ଙ୍କୁ ଉତ୍କର୍ଷତା ପ୍ରଦାନ କରିଥାଏ “ Sanskriti Media October 21, 2024 0 ଅତାବିରା , 21/10(ସଂସ୍କୃତି ମିଡ଼ିଆ) ଆଜିକାର ଯୁଗ ରେ ବାପା ମା ଓ ସାମାଜିକ ଚାପ ରେ ଛାତ୍ର ଛାତ୍ରୀ ପାଠ ପଢା ପରେ କେବଳ ଚାକିରି ଖଣ୍ଡେ ପାଇ କିଭଳି ନିଜର ପରବର୍ତ୍ତୀ ଜୀବନ କୁ ସୁରକ୍ଷିତ ରଖି ପାରିବେ ସେ ଉପରେ ଗୁରୁତ୍ଵ ଦେଉଛନ୍ତି ବୋଲି ସୋମବାର ବରଗଡ଼ ଜିଲ୍ଲା ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅବସରରେ ଅତାବିରା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ସାଂସ୍କୃତିକ ସଂଧ୍ୟା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ହରପାଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଅତିଥି ମାନେ କହିଥିଲେ ଯେ ଛାତ୍ର ଛାତ୍ରୀ କେବଳ ଚାକିରି ସର୍ବସ୍ବ ନହୋଇ କ୍ରୀଡା କୁ ନିଜର ପରବର୍ତ୍ତୀ ଧ୍ୟେୟ ଭାବରେ ଗ୍ରହଣ କଲେ ଆଜି ଉଭୟ ଯଶ,କୀର୍ତ୍ତି , ଚାକିରୀ ଓ ଅର୍ଥ ସବୁ ମିଳି ପାରୁଛି । ତେଣୁ ଛାତ୍ର ଛାତ୍ରୀ କ୍ରୀଡା କୁ ମଧ୍ୟ ପାଥେୟ କରିବା ନିତାନ୍ତ ଜରୁରୀ ଅଟେ ତଦ୍ୱାରା ସେମାନଙ୍କ ର ବୌଦ୍ଧିକ ବିକାଶ ହେବା ସାଙ୍ଗକୁ ପାଠ ପଢା ରେ ମଧ୍ୟ ମନୋନିବେଶ ବଢିବ । ଏହି ଅବସରରେ ଜିଲ୍ଲା ର କ୍ରୀଡା ବିଭାଗ , କ୍ରୀଡା ସଂଘ ଓ ଜିଲ୍ଲା ଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଏକାନ୍ତ ଜରୁରୀ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ବରଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ , ଭଟଲି ବ୍ଲକ୍ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସରୋଜ ଭୁଏ, ଦେବଗଡ଼ ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ସମ୍ପାଦକ ସୁଜିତ୍ ପ୍ରଧାନ , ବରଗଡ ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ, ବରଗଡ ଜିଲ୍ଲା କ୍ରିକେଟ ଏସୋସିଏସନ୍ ର ସମ୍ପାଦକ ତଥା ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶା ର ଉପ ସଭାପତି ରବି ପଣ୍ଡା , ଭେଡେନ ବ୍ଲକ୍ ଶିକ୍ଷା ଅଧିକାରୀ ମଚିନ୍ଦ୍ର ମଲ୍ଲିକ, ବରଗଡ ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ , ଅତାବିରା ବ୍ଲକ୍ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର , ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ କେଶବ ଛନ୍ଦ ଓ ଶିକ୍ଷୟତ୍ରୀ ରଶ୍ମିରାଣୀ ନନ୍ଦ ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୧/୧୦/୨୦୨୪ ରୁ ୨୩/୧୦/୨୦୨୪ ଯାଏ ହେବାକୁ ଥିବା ଏହି ଜିଲ୍ଲା ସ୍କୁଲ କ୍ରୀଡା ପ୍ରତିଯୋଗିତା ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଥିଲା । Sanskriti Media See author's posts Continue Reading Previous ଅତାବିରା ତିହାର ଲୋକ ମହୋତ୍ସବରେ ଦୁଲକିଲା ଦୁର୍ଯ୍ୟୋଧନ ମଞ୍ଚNext ଅତାବିରାରେ ବରଗଡ଼ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ୨୦୨୪ ଉଦଘାଟିତ ଅନ୍ୟ ଖବର BREAKING Health News ଜିଲ୍ଲା ଦେବାହାଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର Sanskriti Media September 13, 2026 0 BREAKING Health News ଜିଲ୍ଲା ଲରମ୍ଭା କଲେଜରେ ଚିକିତ୍ସାଳୟମ୍ ପକ୍ଷରୁ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର Sanskriti Media September 9, 2026 0 BREAKING News ଜିଲ୍ଲା ବିଜେପୁର ଟେଣ୍ଡର ଫିକ୍ସିଂ ସହ ଠିକାଦାରଙ୍କୁ ଅପହରଣ ଅଭିଯୋଗ, ବିଜେପୁର ଥାନାରେ ସ୍ମାରକ ପତ୍ର ପ୍ରଦାନ Sanskriti Media September 5, 2026 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment.