ଅତାବିରାରେ ବରଗଡ଼ ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ୨୦୨୪ ଉଦଘାଟିତ 

0

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 38;


ଅତାବିରା , 21/10(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ବରଗଡ଼ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ବରେ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସ୍ଵତନ୍ତ୍ର ଅତିଥି ରୂପେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ,ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ,ଜିଲ୍ଲା ଶାରୀରିକ ନିରୀକ୍ଷକ ସୁଦୀପ୍ତ କୁମାର ନାୟକ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଏବଂ ତପନ କୁମାର ଦାସ,ବରଗଡ଼ ପୌରପାଳିକା ର ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା,ଅତାବିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ ହରିପାଲ ମଞ୍ଚାସିନ ଥିଲେ ।

ମୁନସୀ ପାତ୍ର ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର 12 ଟି ବ୍ଲକ ରୁ ଅଣ୍ଡର 14 ବାଳକ ବାଳିକା ବିଭାଗରେ ଯଥାକ୍ରମେ 52 ଓ 46ଜଣ ଏବଂ ଅଣ୍ଡର 17ର ବାଳକ ବାଳିକା ବିଭାଗରେ ଯଥାକ୍ରମେ 85 ଓ 61 ଜଣ ପ୍ରତିଯୋଗୀ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ପଞ୍ଜିକରଣ କରିଛନ୍ତି । ପ୍ରଥମେ ଅତାବିରା ଦୁର୍ଗା ମନ୍ଦିର ରୁ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ରେ ଖେଳ ପଡିଆକୁ ଅଣା ଯାଇଥିଲା ।ଏଥିରେ ସମସ୍ତ ଅତିଥି ଅଂଶ ଗ୍ରହଣ କରିଥିଲେ l ପ୍ରଥମେ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତା କୁ ଅତିଥି ମାନଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା ।

    ଏଥିରେ ବାଳକ ବିଭାଗରେ ପ୍ରତ୍ୟୁଷ କୁମାର ମେହେର (ଭେଡେନ ବ୍ଲକ ) ପ୍ରଥମ, ନବୀନ କୁମାର ପଟେଲ (ସୋହେଲା ବ୍ଲକ ) ଦ୍ୱିତୀୟ ଓ ବାବୁଲାଲ କାଲସା (ବିଜେପୁର ବ୍ଲକ ) ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିପରି ବାଳିକା ବିଭାଗରେ ବରଗଡ଼ ବ୍ଲକର ଆରିୟା ଖମାରୀ ପ୍ରଥମ, ଗାଇସିଲେଟର ଅଙ୍କିତା ମିର୍ଦ୍ଧା ଦ୍ୱିତୀୟ ଓ ବିଜେପୁର ବ୍ଲକର ପ୍ରିୟା ହରିପାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଏହି ଜିଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ଅକ୍ଟୋବର 5ରେ କେନ୍ଦୁଝର ରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବି ଇ ଓ ମିଶ୍ରାଣୀ କୁମ୍ଭାର ସୂଚନା ଦେଇଥିଲେ l ଜିଲାସ୍ତରୀୟ ଏହି କ୍ରୀଡ଼ା ପ୍ରତିଯୋଗିତାରେ କୋଚ ମେନେଜର 46 ଜଣ ଏବଂ ଖେଳ ଅଧିକାରୀ କ୍ରୀଡା ପରିଚାଳନା 62 ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଏଠାରେ ହେଉଥିବା କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଚଳିବ l ଆସନ୍ତା ଦୁଇ ଦିନ ମଧ୍ୟରେ ୧୦୦,୨୦୦,୪୦୦,୮୦୦,୩୦୦୦ ମିଟର ଦୌଡ଼ ,ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ରିଲେ ଦୌଡ଼, ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ l ଅତିଥିଙ୍କ ଗହଣରେ କୁନିକୁନି ଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ଓ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ l

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଶାରୀରିକ ନିରୀକ୍ଷକ ତ୍ରିଲୋକ୍ୟ ନାୟକ, କ୍ରୀଡା ଶିକ୍ଷକ ଲବ ସାହୁ,ପ୍ରଧାନ ଶିକ୍ଷକ ଯାଦବ ପ୍ରଧାନ,ଚିତ୍ତରଞ୍ଜନ ମେହେର, ସୁଦୀପ୍ କୁମାର ରଥ,ଅମୃତ ବାରିକ, ଅନୁସୁୟା ଦେବତା,ସି.ଆର.ସି.ସି. ଋଷୁଭ ପଣ୍ଡା, ନନ୍ଦିଘୋଷ ଭୁଏ,ନୃପ ଭୋଇ ତଥା ସମସ୍ତ ସି.ଆର.ସି.ସି ଏବଂ ଅତାବିରା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!