Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଲରମ୍ଭାରେ ଆଞ୍ଚଲିକ ନୂଆଁଖାଇ ଭେଟଘାଟ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଲରମ୍ଭାରେ ଆଞ୍ଚଲିକ ନୂଆଁଖାଇ ଭେଟଘାଟ

0

ଅତାବିରା ,28/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ଓ ଟାମ୍ପରସରା ଗ୍ରାମପଞ୍ଚାୟତର ମିଳିତ ଆନୁକୂଲ୍ୟରେ ରବିବାର ଲରମ୍ଭା କଲେଜ ଖେଳପଡିଆରେ “ଆଞ୍ଚଲିକ ନୂଆଁଖାଇ ଭେଟଘାଟ ‘ଉତ୍ସବ ପାଳିତ ହୋଇଯାଇଛି l ଏ ଉତ୍ସବରେ ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି, ଲରମ୍ଭା କଲେଜ ଅଧ୍ୟକ୍ଷ ଡ଼. ପ୍ରମୋଦ କୁମାର ଭୋଇ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ମାଁ ସମଲେଇଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ସହ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଅତିଥିମାନେ ଉଦଘାଟନ କରିଥିଲେ l

“ଆଞ୍ଚଲିକ ନୂଆଁଖାଇ ଭେଟଘାଟ” କମିଟି ର ସଭାପତି ଭାରତ ସରାପ ସଭା ପରିଚାଳନା କରିଥିଲେ l ଏ ଉତ୍ସବ ଉପଲକ୍ଷେ ଓଡିଶା ମାଟ୍ରିକ ଟପର ଶୁଭଙ୍କର ସାହୁ, ଉତ୍ତମ ଚାଷୀ ଉତ୍ପନ ଭୋଇ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ହରିଲାଲ ମେହେର, ଓ. ପି. ଏସ. ସି ପରୀକ୍ଷାରେ କୃତି ହୋଇଥିବା ଅଭୟ କୁମାର ମହାକୁର, ଅବସର ନେଇଥିବା ମିଲିଟାରୀ ମେନ, ଅବସର ନେଇଥିବା ଶିକ୍ଷକ, ଶ୍ରେଷ୍ଠ ଏନ.ସି. ସି ଛାତ୍ରୀଛାତ୍ର, ଉତ୍ତମ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସଭାକାର୍ଯ୍ୟକ୍ରମ ପରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ବିନୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!