ଅତାବିରାରେ ଚାଷ ଓ ଚାଷୀ ସମସ୍ୟା ନେଇ ଏକ ଜରୁରୀ ବୈଠକ // ଆଶା ଆଶଙ୍କାରେ ଅଟୋମେଟିକ ଗ୍ରେନ୍ ଲାଇଜର ମେସିନ’

ଅତାବିରା , 28/10(ସଂସ୍କୃତି ମିଡ଼ିଆ) ବରଗଡ଼ ଜିଲା ଅତାବିରା ଏନଏସି ଅନ୍ତର୍ଗତ ରାମଚଣ୍ଡୀ ମନ୍ଦିର ସମ୍ମିଳନୀ କକ୍ଷରେ ସୋମବାର ଜିଲା ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ସମସ୍ୟା ନେଇ ଏକ ଜରୁରୀ ବୈଠକ ସୋମବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଓଡିଶା ରାଜ୍ୟ କୃଷକ ସଂଘଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୨୦୨୩ ଡିସେମ୍ବର ମାସରେ ମିଗଜୋମ ଜନିତ କ୍ଷତିର ଇନଫୁଟ ଓ ଫସଲବୀମା ସମ୍ପର୍କରେ, ସ୍ମାର୍ଟମିଟରରେ ଦେଖାଯାଉଥିବା ବିଦ୍ୟୁତ ସମସ୍ୟା ,ଚଳିତ ଖରିଫ ରୁତୁର ଧାନ ବିକ୍ରି ଓ ଆସନ୍ତା ନଭେମ୍ବର ୮ ତାରିଖରେ ପଦ୍ମପୁର ଠାରେ ହେବାକୁ ଥିବା ଗର୍ଜନ ସମାବେଶ ଉପରେ ଆଲୋଚନା କରାଯାଇଥିଲା | ନୂଆଁ ସରକାର କିଭଳି ଚାଷୀଙ୍କଠାରୁ 31 ଶହ ଟଙ୍କାରେ ଧାନ କିଣିବ ଆଉ ସବୁ ଚାଷୀ କିଭଳି ଏଥିରୁ ଉପକୃତ ହୋଇ ପାରିବେ ଏବଂ ଆଶା ଆଶଙ୍କାରେ ଥିବା ଅଟୋମେଟିକ ଗ୍ରେନ ଲାଇଜର ମେସିନର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା l ଧାନ ବିକ୍ରୀର ଯଥେଷ୍ଟ ପୂର୍ବରୁ ଏହି ଅଟୋମେଟିକ ଗ୍ରେନ ଲାଇଜର ମେସିନର ଉପରେ ସଚେତନତା ଓ କିଭଳି କାର୍ଯ୍ୟ କରିବ ସେନେଇ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ଦେଖାଇବାକୁ ଦାବି କରାଯାଇଛି l ଏଥିରେ ବରଗଡ ଜିଲାର ୮ ଟି ବ୍ଲକର ଚାଷୀ ସଂଘଠନର ସଦସ୍ୟମାନେ ଯୋଗଦେଇଥିଲେ |ଭେଡେନ ବ୍ଲକ ଚାଷୀ ସଂଘଠନର ସଭାପତି ଉତ୍ପନ ଭୋଇ ,ସମ୍ପାଦକ ସୁଦାମ ପାତ୍ର,ସଂଯୁକ୍ତ କୃଷକ ସଂଘଠନର ରମେଶ ମହାପାତ୍ର ,ଭଟଲି କୃଷକ ପରିବାରର ସଭାପତି ଥବିର ସାହୁ,ବିଜେପୁର କୃଷକ ସଂଘଠନର ସଭାପତି ସୁବାସ ପଧାନ,ଅମ୍ବାଭନା ବ୍ଲକର ଇସାନ ଚନ୍ଦ୍ର ଭୋଇ,ଜୟପ୍ରକାଶ ବେହେରା,ବିଜେପୁର ବ୍ଲକରୁ ସାମନ୍ତ ଚନ୍ଦ୍ର ସାହୁ,ଟିକେଲାଲ ମିଶ୍ର,ପାପା ରାଓ,ସୁରେଶ କର୍ଣ୍ନ,ଟିକେଲାଲ ମିଶ୍ର,ଅଶ୍ବିନୀ ତ୍ରିପାଠୀ,ବୁଦ୍ଦଦେବ ନନ୍ଦ ,ସୁଜିତ ପଧାନ,ଅରୁଣ ପଧାନ,ସମୀର ପଧାନ,ଭୁବନ ପଧାନ ,ସତବାବୁ ,କଲାସାହେବ ଭୋଇ,କୁବେର ପଧାନ,ଭରତ ମଲ୍ଲିକ,ନରେନ୍ଦ୍ର ପଧାନ ଦଶରଥ ଭୋଇ,ଅମିୟ ଦାସ,ସୁବ୍ରତ ପଧାନ ,ସୁଦାମ ପଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
(ପ୍ରସ୍ତୁତି – ଯୁଧିଷ୍ଠିର ମହାପାତ୍ର, ସଂସ୍କୃତି ମିଡ଼ିଆ ବ୍ୟୁରୋ )