ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା // ଭଦ୍ରକ, ବଲାଙ୍ଗୀର ସେମିଫାଇନାଲକୁ ଉନ୍ନୀତ

ଅତାବିରା, 29/10(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ସୋମବାର ଓ ମଙ୍ଗଳବାର ଦୁଇଦିନର ଖେଳରେ ଭଦ୍ରକ ଓ ବଲାଙ୍ଗୀର ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି l
ମଙ୍ଗଳବାର ଅନୁଷ୍ଠିତ ଦ୍ଵିତୀୟ ଦିନର ପ୍ରଥମ ମ୍ୟାଚ ଗୋଶାଳା ଏବଂ ସୋର୍ଣ୍ଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ସୋର୍ଣ୍ଣା ୮ ୱିକେଟ ରେ ଜିତି ଥିବା ବେଳେ ମିଳନ ନାୟକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା l ସେହିପରି ଦ୍ୱିତୀୟ ମ୍ୟାଚ ବଲାଙ୍ଗିର ଏବଂ ଅତାବିରା ମର୍ଣ୍ଣିଂ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇ ବଲାଙ୍ଗିର 81 ରନ୍ ରେ ବିଜୟୀ ହୋଇଥିଲା l ଦଳର ସଞ୍ଜୁ ବାବା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷତ ହୋଇଥିଲେ l ଦ୍ଵିତୀୟ କ୍ୱାଟର ଫାଇନାଲ୍ ସୋର୍ଣ୍ଣା ଏବଂ ବଲାଙ୍ଗିର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଭାବେ ହୋଇଥିଲା l ବଲାଙ୍ଗିର 3 ରନ୍ ରେ ଜିତି ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା l ଦଳର ଚୈତନ୍ୟ ବାବୁଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l
ଅମ୍ପାୟାର ଭାବେ ମନୋହର ବାଗ, ବିକାଶ ବାରିକ, ଅବିନାଶ ପ୍ରଧାନ ଏବଂ ସିଧାସଳଖ ୟୁଟ୍ୟୁବ ଲାଇଫ ସୁରଥ ଦାଶ ଙ୍କ ସହ ରିଙ୍କୁ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ ଅତାବିରା ରୟାଲ ଷ୍ଟ୍ରାଇକର ପରିଚାଳନା କମିଟି ସଦସ୍ୟ ଧୀରଜ ସୁନା, ଚିକୁ ପଧାନ, ପ୍ରକାଶ ନାୟକ, ପ୍ରଭାକର, ଆଗ୍ନେସ ନାୟକ, ଉମେଶ ବାବୁ, ଜୟ ବାରିକ, ବିନୟ ପଧାନ, ଦୀନବନ୍ଧୁ ସାହୁ, ଟିଂକୁ ସାହୁ, ବଣ୍ଟି ପଧାନ, ଚିନା ବାବୁ, ଗୌରୀ ବାବୁ ,ସଂଜୟ ବାବୁ ,ଜିତୁ ବାବୁ , ପ୍ରେମା ବେହେରା, ଆଶିଷ ବାବୁ , କିରଣ ପଧାନ ପ୍ରମୁଖ ସହଯୋଗ କରିଥିଲେ l