ଅତାବିରାରେ ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା // ସେମିରେ ଭୁବନେଶ୍ୱର 

0

ଅତାବିରା, 30/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ବୁଧବାର ତୃତୀୟ ଦିବସରେ ଖେଳରେ ଭୁବନେଶ୍ୱର ସେମିଫାଇନାଲକୁ ଉନ୍ନୀତ ହୋଇଛି l ପୂର୍ବରୁ ବଲାଙ୍ଗୀର ଓ ଭଦ୍ରକ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି l ଆସନ୍ତାକାଲି ଗୁରୁବାର ଚତୁର୍ଥ ସେମିଫାଇନାଲ ଦଳ ଚୟନ ପାଇଁ ମ୍ୟାଚ ଅନୁଷ୍ଠିତ ହେବ l

ବୁଧବାର ଅନୁଷ୍ଠିତ ତୃତୀୟ ଦିନର ପ୍ରଥମ ମ୍ୟାଚ ଟୋପ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଟୋପ ଦଳ ୫ ୱିକେଟ ରେ ଜିତି ଥିବା ବେଳେ ଅମନ୍ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା l ସେହିପରି ଦ୍ୱିତୀୟ ମ୍ୟାଚ ଗୋଲକୁଣ୍ଡା ଏବଂ ୟୁନିଟ୍ ୯ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇ ଭୁବନେଶ୍ୱର ୭ ୱିକେଟରେ ବିଜୟୀ ହୋଇଥିଲା l ଦଳର ଲୁଲୁ ସ୍ଵାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷତ ହୋଇଥିଲେ l ତୃତୀୟ କ୍ୱାଟର ଫାଇନାଲ୍ ଭୁବନେଶ୍ବର ଏବଂ ଟୋପ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର ଦଳ ଟୋପକୁ ଧରାଶାୟୀ କରି ୫୬ ରନ୍ ରେ ଜିତି ତୃତୀୟ ଦଳ ଭାବେ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା l ଦଳର କିରଣ ଖାନ୍ ଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ଆସନ୍ତାକାଲି ଗୁରୁବାର ପ୍ରତିଯୋଗିତାର ଚତୁର୍ଥ ଦିବସରେ ସମ୍ବଲପୁର ଗୋଡ଼ଭଗା ଦଳ ସହ ପ୍ରଥମ ମ୍ୟାଚ ହେବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ବଲାଙ୍ଗୀର ର ତୁଷରା ଦଳ ତାଳଚେର ସହ ସାମ୍ନାସାମନି ହେବ l ଉଭୟ ମ୍ୟାଚର ବିଜୟୀ ଦଳ ଶେଷ ତଥା ଚତୁର୍ଥ କ୍ଵାଟର ଫାଇନାଲ ରେ ଖେଳିବେ l ବୁଧବାର ଅମ୍ପାୟାର ଭାବେ ମନୋହର ବାଗ, ବିକାଶ ବାରିକ, ଅବିନାଶ ପ୍ରଧାନ ଏବଂ ସିଧାସଳଖ ୟୁଟ୍ୟୁବ ଲାଇଫ ସୁରଥ ଦାଶ ଙ୍କ ସହ ରିଙ୍କୁ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ l ଆୟୋଜକ ଅତାବିରା ରୟାଲ ଷ୍ଟ୍ରାଇକର ପରିଚାଳନା କମିଟି ସଦସ୍ୟ ଧୀରଜ ସୁନା, ଚିକୁ ପଧାନ, ପ୍ରକାଶ ନାୟକ, ପ୍ରଭାକର, ଆଗ୍ନେସ ନାୟକ, ଉମେଶ ବାବୁ, ଜୟ ବାରିକ, ବିନୟ ପଧାନ, ଦୀନବନ୍ଧୁ ସାହୁ, ଟିଂକୁ ସାହୁ, ବଣ୍ଟି ପଧାନ, ଚିନା ବାବୁ, ଗୌରୀ ବାବୁ ,ସଂଜୟ ବାବୁ ,ଜିତୁ ବାବୁ , ପ୍ରେମା ବେହେରା, ଆଶିଷ ବାବୁ , କିରଣ ପଧାନ ପ୍ରମୁଖ ସହଯୋଗ କରିଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!