ଅତାବିରା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବିଧାୟକଙ୍କୁ ଦାବୀପତ୍ର ପ୍ରଦାନ କଲେ ମିଶନଶକ୍ତି କର୍ମୀ ସଂଘ

ଅତାବିରା, 30/10(ସଂସ୍କୃତି ମିଡ଼ିଆ )- ବରଗଡ ଜିଲା ଅତାବିରା ବ୍ଲକ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ମିଶନଶକ୍ତି କର୍ମୀସଂଘ ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |
ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପାଞ୍ଚ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ଯେଉଁ ୫ ବର୍ଷିଆ ଚୁକ୍ତି ଭିତ୍ତିକ ସେବାକୁ ହଟାଯାଉ |ଅତାବିରା ବ୍ଲକ ଅଂଚଳରେ ଦୀର୍ଘ ୧୨ ବର୍ଷ ଧରି କମ୍ୟୁନିଟ ଷ୍ଟାଫ ନିରବଛିନ୍ନ ଭାବରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ପ୍ରତ୍ୟେକ କାର୍ଯ୍ୟ ତୃଣମୂଳ ସ୍ତରରେ ରୂପାନ୍ତରିତ କରିଆସୁଅଛୁ |କିନ୍ତୁ ପରିତାପର ବିଷୟ ଉପରୋକ୍ତ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦୀର୍ଘ ୬ ମାସ ହେଲାଣି ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ଆମ କମ୍ୟୁନିଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତିକୁ ହଟାଯାଉ ନାହିଁ |ଏଣୁ ତୃଣମୂଳ ସ୍ତରରୁ ସମସ୍ତ କ୍ୟାଡର ଯଥା MBK ,ବ୍ୟାଂକ ମିତ୍ର, CRP, CM, PM ଉକ୍ତ ୫ ଗୋଟି କ୍ୟାଡର ଏହି ସମସ୍ୟାର ସମାଧାନ କରାନଗଲେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି | ବିଧାୟକ ନିହାରରଂଜନ ମହାନନ୍ଦକୁ ଦାବିପତ୍ର ଦେବା ସମୟରେ ବିଜେପି ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ, ବ୍ଲକସ୍ତରୀୟ GPLF ମିଶନଶକ୍ତି କର୍ମୀସଂଘର ସଭାନେତ୍ରୀ ଶାନ୍ତି ବେସନ, ସମ୍ପାଦିକା ରୀନା ପଣ୍ଡା, ମଂଚାସୀନ ଥିଲେ |