ପଞ୍ଚମ ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ମାସିକ ବୈଠକ

ଅତାବିରା , 30/10(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଳକ୍ ଅନ୍ତର୍ଗତ ବୁଗବୁଗା ଅଧୀନ ବାଞ୍ଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ ଙ୍କ ସଭାପତିତ୍ବରେ ପଞ୍ଚମ ଆଞ୍ଚଳିକ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କ୍ଲଷ୍ଟର ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ବୈଠକରେ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଏଫ୍.ଏଲ୍.ଏନ୍. ସମ୍ପର୍କିତ ପାଠ ଯୋଜନା, ଶିକ୍ଷଣ ସୋପାନ ମାନ ନିର୍ଦ୍ଧାରଣ ର ଟ୍ରାକର ପୂରଣ,ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪,ନିପୁଣ ଓଡ଼ିଶା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରା ର ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନ ଭାଷା ର ଏକ ପାଠ ଯୋଜନା ଉପସ୍ଥାପନା କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ଏବଂ ସହକାରୀ ଶିକ୍ଷକ ଜଗମୋହନ ଭୁଏ ସହଯୋଗ କରିଥିଲେ ।
ସେହିପରି ପାହାଡ଼ଶ୍ରୀଗିଡା କେନ୍ଦ୍ର ର ମାସିକ ସଭା ପାହାଡ଼ଶ୍ରୀଗିଡ଼ା ଲାଲ୍ ଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ର ସଂଯୋଜକ ଜୟଦେବ ନାଏକ ଙ୍କ ସଭାପତିତ୍ବ କରିଥିବା ବେଳେ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସେଟ୍ ଙ୍କ ନେତୃତ୍ୱ ରେ ମାସିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ସରସ୍ବତୀଙ୍କ ଫଟୋ ରେ ଧୂପ ଦୀପ ଜାଳି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପାହାଡ଼ଶ୍ରୀଗିଡା କ୍ଲଷ୍ଟର୍ ରେ ନୂତନ ଭାବେ ଚାକିରୀ ରେ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ମୋମେଣ୍ଟୋ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ଆଜିର ତାଲିମ କାର୍ଯ୍ୟକ୍ରମକୁ ସି. ଆର.ସି.ସି ଶ୍ରୀ ନାଏକ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଆଗାମୀ ଦିନରେ କେମିତି ଆମ ପିଲାମାନେ ସମସ୍ତ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ଆମ କ୍ଲୁଷ୍ଟର୍ ର ନାମ ରଖିବେ ସେଥିପ୍ରତି ଅବଗତ କରିଥିଲେ ।