ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଘଟଣା: ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ସହ ୨ ଅନାଥ ପୁଅଙ୍କୁ ଶିଶୁ କଲ୍ୟାଣ ସମିତି କୁ ହସ୍ତାନ୍ତର କଲା ପୋଲିସ୍ 

0

ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଘଟଣା: ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର

୨ ଅନାଥ ପୁଅଙ୍କୁ ଶିଶୁ କଲ୍ୟାଣ ସମିତି କୁ ହସ୍ତାନ୍ତର କଲା ପୋଲିସ୍

ଭଟଲି,୨।୧୧-(ସଂସ୍କୃତି ମିଡ଼ିଆ)-ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁସନପୁରୀ ବିଜୟାଛକ ନିକଟରେ ଶୁକ୍ରବାର ଘଟିଥିବା ହତ୍ୟା ଓ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଭଟଲି ପୋଲିସ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଶବକୁ ଶନିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହା ସହିତ ଦୁଇ ଅନାଥ ପୁଅଙ୍କୁ ବରଗଡ଼ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଛି । ପରେ ଶିଶୁ କଲ୍ୟାଣ ସମିତି ଉକ୍ତ ଶିଶୁ ମାନଙ୍କୁ ନିଜ ମାତା ପିତାଙ୍କ ଶୁଦ୍ଧି କ୍ରିୟା ପାଇଁ ପରିବାର ସଦସ୍ୟଙ୍କ ପାଖରେ ଛାଡ଼ିଛି । ପ୍ରକାଶ ଥାଉ କି ଶୁକ୍ରବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ମରି ପଡ଼ିଥିବା ଖବର ପାଇ ମୃତ ମହିଳାଙ୍କ ମା ଙ୍କ ଅଭିଯୋଗ କ୍ରମେ ଭଟଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ପରେ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଓ ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ହତ୍ୟା ଓ ଆତ୍ମହତ୍ୟାର ପ୍ରକୃତ କାରଣ ସଠିକ୍ ଭାବେ ଜଣା ପଡ଼ିନଥିବାବେଲେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।


Leave a Reply

Your email address will not be published. Required fields are marked *

error: Content is protected !!