ପଶ୍ଚିମ ଓଡ଼ିଶା ବାର୍ତ୍ତା ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ।

0

ପଦ୍ମପୁର, 4/11(ସଂସ୍କୃତି ମିଡ଼ିଆ ) ବରଗଡ଼ ଜିଲ୍ଲା ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା ବାର୍ତ୍ତା ର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବିଚାରକ ଭାବେ ଅକ୍ଷୟ କୁମାର ପଟେଲ, ନିରାକାର ପ୍ରଧାନ,ରମେଶ ସାହୁ, କ୍ଷୀରୋଦ ନାଥ ସାହୁ ଦାୟିତ୍ଵ ତୁଲାଇ ଥିବା ବେଳେ କଲ୍ୟାଣୀ ମିଶ୍ର, ମିନତି ପଟ୍ଟନାୟକ, ଚିତ୍ରା ଖର୍ସେଲ, ସୁକାନ୍ତ କିଶୋର ସାହୁ, ଦୁର୍ବାଦଳ ସାହୁ, ବିବେକାନନ୍ଦ ତୁରିଆ, କାହ୍ନୁ ଚରଣ ସାହୁ, ହରି ସାହୁ, ସଂଜୀବ ସାହୁ ପ୍ରମୁଖ ପରିଚାଳନା କରି ବିଚାରକ ଦାୟିତ୍ଵ ତୁଲାଇ ଥିଲେ l ଶିବାଶିଷ ପଟ୍ଟନାୟକ ଓ ଆଦିତ୍ୟ ତୁରିଆ ବିଚାରକଙ୍କୁ ସହଯୋଗ କରିଥିଲେ। ଏଥିରେ ପଦ୍ମପୁର ସହର ର ବିଭିନ୍ନ ବିଦ୍ୟାଳୟ ରୁ ସତୁରୀ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଭାଗନେଇ ଥିଲେ । ଆସନ୍ତା ୧୭ ତାରିଖ ରେ ଆୟୋଜିତ ହେବାକୁ ଥିବା ବାର୍ଷିକୋତ୍ସବ ରେ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯିବା ନେଇ ପଶ୍ଚିମ ଓଡିଶା ବାର୍ତ୍ତା ସମ୍ପାଦକ ଡିଲେଶ୍ଵର ବାଗ ସୂଚନା ଦେଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!